fbpx

୧୩୧ ବର୍ଷର ପୁରୁଣା ଭାଷଣ… ନିଜକୁ ହଜାଇଦେଲେ ମୋଦୀ; ହିମାଳୟରେ ଯାଇ ଖୋଜିଲେ ‘ପ୍ରଧାନମନ୍ତ୍ରୀ’

ଓଡ଼ିଶା ଭାସ୍କର: ଚିକାଗୋରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଐତିହାସିକ ଭାଷଣକୁ ମନେ ପକାଇ ପାଳନ ହେଉଛି ‘ଦିଗବିଜୟ ଦିବସ’ । ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୧ ତାରିଖରେ ସାରା ଭାରତରେ ଏହି ଦିବସ ପାଳନ କରାଯାଉଛି । ତେବେ ଏହି ଅବସରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ‘ମୋଦୀ ଆର୍କାଇଭ’ ଆକାଉଣ୍ଟରେ ଏକ ପୋଷ୍ଟ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନରେ ୧୩୧ ବର୍ଷର ପୁରୁଣା ଭାଷଣ କିପରି ପ୍ରମୁଖ ଭୂମିକା ତୁଲାଇଥିଲା, ସେ ନେଇ ଏହି ପୋଷ୍ଟରେ ସୂଚନା ଦିଆଯାଇଛି ।

୧୯୮୩ ମସିହା ସେପ୍ଟେମ୍ବର ୧୧ ତାରିଖ, ଚିକାଗୋରେ ସ୍ୱାମୀ ବିବେକାନନ୍ଦ ବିଶ୍ୱ ଧର୍ମ ମହାସଭାରେ ନିଜ ଅଭିଭାଷଣ ରଖିଥିଲେ । ବିବେକାନନ୍ଦଙ୍କ ଏହି ଭାଷଣ ସାରା ବିଶ୍ୱକୁ ସେଦିନ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟ ସହ ପରିଚିତ କରାଇବା ସହ ଆଗାମୀ ପିଢୀ ପାଇଁ ଏକ ପ୍ରେରଣା ପାଲଟିଥିଲା । ଏଥିରେ ସାମିଲ ଥିଲେ ୧୭ ବର୍ଷର ଯୁବକ ନରେନ୍ଦ୍ର ଦାମୋଦର ଦାସ ମୋଦୀ । ‘ମୋଦୀ ଆର୍କାଇଭ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ଆକାଉଣ୍ଟରେ ମୋଦୀ ଏକ ପୁରୁଣା ଫଟୋ ସେୟାର କରିବା ସହ ବିବେକାନନ୍ଦଙ୍କ ଭାଷଣ ତାଙ୍କ ଉପରେ ପଡ଼ିଥିବା ପ୍ରଭାବ ବିଷୟରେ କହିଛନ୍ତି ।

ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷାରେ ନରେନ୍ଦ୍ର ମୋଦୀ ଖୁବ ପ୍ରଭାବିତ ହୋଇଥିଲେ । ଏହାପରେ ସେ ବଡନଗର ସ୍ତିତ ନିଜ ଘର ଛାଡ଼ି ନିଜକୁ ଭଲ ଭାବରେ ବୁଝିବା ପାଇଁ ହିମାଳୟ ଚାଲି ଯାଇଥିଲେ । ‘ମୋଦୀ ଆର୍କାଇଭ’ ଆଉ ଏକ ଫଟୋ ମଧ୍ୟ ସେୟାର କରାଯାଇଛି । ହିମାଳୟ ଯିବାର ଦିନକ ପୂର୍ବରୁ ମୋଦୀ ଏକ ବିବାହ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ସ୍ୱାମୀ ବିବେକାନନ୍ଦଙ୍କ କାର୍ଯ୍ୟ ଏବଂ ବିଚାର ସମ୍ପର୍କରେ ଗ୍ରାମର ଡା. ବସନ୍ତଭାଇ ପାରିଖଙ୍କ ପାଖରୁ ଜାଣିଥିଲେ ମୋଦୀ ।

୧୩୧ ବର୍ଷ ପୂର୍ବେ ସ୍ୱାମୀ ବିବେକାନନ୍ଦ ଚିକାଗୋରେ ବିଶ୍ୱ ଧର୍ମ ମହାସଭାରେ ଏହି ଐତିହାସିକ ଅଭିଭାଷଣ ରଖିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସମୟରେ ନିଜ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷାର ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି । ଚଳିତବର୍ଷ ଲୋକସଭା ନିର୍ବାଚନ ପରେ ମୋଦୀ କନ୍ୟାକୁମାରୀରେ ସ୍ୱାମୀ ବିବେକାନନ୍ଦ ସ୍ମାରକ ଠାରେ ୨ ଦିନ ଧ୍ୟାନ କରିଥିଲେ । ସ୍ୱାମୀ ବିବେକାନନ୍ଦ ଏଠାରେ ଧ୍ୟାକ କରିଥିଲେ, ତେଣୁ ଏହି ସ୍ଥାନକୁ ତାଙ୍କ ନାମରେ ନାମିତ କରାଯାଇଛି ।

Get real time updates directly on you device, subscribe now.