fbpx

ଶିବ ଶୋଭାଯାତ୍ରା ବେଳେ ବଡ଼ ଅଘଟଣ: ବିଦ୍ୟୁତ ଆଘାତରେ ୧୪ ଶିଶୁଙ୍କ ଅବସ୍ଥା ଗମ୍ଭୀର, ସମସ୍ତେ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଶିବରାତ୍ରି ଅବସରରେ ଶୋଭାଯାତ୍ରା ବାହାରି ଥିବା ବେଳେ ବିଦ୍ୟୁତ ଆଘାତରେ ୧୪ ଜଣ ଶିଶୁଙ୍କ ଅବସ୍ଥା ବିଗିଡ଼ି ଯାଇଛି । ତେଣୁ ସେମାନଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜସ୍ଥାନର କୋଟାରୁ ଆସିଛି ଏପରି ଏକ ଖବର ।

ଖବର ମୁତାବକ, କୁନହାଡୀ ଥର୍ମାଲ ଛକ ନିକଟରେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଏହି ଅଘଟଣ ଘଟିଥିଲା । ଶିବ ଶୋଭାଯାତ୍ରା ସମୟରେ ଅନେକ ଶିଶୁ ଧାର୍ମିକ ପତାକା ଧରି ଚାଲୁଥିଲେ । ତେବେ ସେହି ସମୟରେ ଗୋଟିଏ ପତାକା ଏକ ହାଇଟେନସନର ଲାଇନକୁ ସ୍ପର୍ଶ କରିଥିଲା । ଏହାପରେ ଘଟଣାସ୍ଥଳରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ବିଦ୍ୟୁତ କରେଣ୍ଟର ଶିକାର ହୋଇଥିବା ପିଲାଙ୍କୁ ଏମବିବିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି ।

ଗୋଟିଏ ଶିଶୁର ୭୦ ପ୍ରତିଶତ ଶରୀର ଜଳିଯାଇଥିବା ବେଳେ ଆଉ ଜଣଙ୍କର ୫୦ ପ୍ରତିଶତ ଜଳି ଯାଇଛି । କିଛି ପିଲାଙ୍କର ୧୦ ପ୍ରତିଶତ ଜଳିଯାଇଥିବା କୁହାଯାଉଛି । ସମସ୍ତ ଶିଶୁଙ୍କ ବୟସ ୯-୧୬ ବର୍ଷ ମଧ୍ୟରେ କୁହାଯାଉଛି । ଖବର ପାଇ ସ୍ଥାନୀୟ ଲୋକସଭା ସାଂସଦ ପୀଡ଼ିତଙ୍କ ଅବସ୍ଥା ବିଷୟରେ ବୁଝିଥିଲେ । ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ଆଲର୍ଟ କରିଦିଆଯାଇଛି । ତେବେ ଆୟୋଜକଙ୍କ ଭୁଲ ପାଇଁ ଏପରି ଅଘଟଣ ଘଟିଥିବା ଲୋକମାନେ କହିଛନ୍ତି ।

Get real time updates directly on you device, subscribe now.