fbpx

ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି: ଗୁଜୁରାଟ ଦୁର୍ଘଟଣା ପରେ ସଜାଗ ହେଉଛି ପ୍ରଶାସନ

Advertisement

ଆଠଗଡ: କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବାବା ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ଝୁଲାପୋଲର ମରାମତି ପାଇଁ ଏଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି । ଗୁଜୁରାଟର ମାଛୁ ନଦୀ ପୋଲ ଛିଡିବା ଘଟଣା ପରେ ଧବଳେଶ୍ୱରର ଝୁଲାପୋଲକୁ ନେଇ ସତର୍କ ହୋଇଛି ପ୍ରଶାସନ । ତେବେ ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ଆରପାରିକୁ ପଠାଇବା ସମ୍ଭବ ନୁହେଁ । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ।

ଆଗକୁ ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଆଠଗଡର ବାବା ଧବଳେଶ୍ୱର ପୀଠ ଖୁବ ଚଳଚଞ୍ଚଳ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ବୁଲିବାକୁ ଆସିଥାନ୍ତି । କିନ୍ତୁ ଚଳିତବର୍ଷ ପୂର୍ଣ୍ଣମୀ ପୂର୍ବରୁ ଏଠାରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ । ଗୁଜୁରାଟର ଝୁଲାପୋଲ ଛିଡିବା ଘଟଣା ପରେ ଓଡିଶା ପ୍ରଶାସନର ଚେତା ପଶିଛି । ଏଥିପାଇଁ ଧବଳେଶ୍ୱରର ଝୁଲାପୋଲ ମରାମତି ନେଇ ଏଠାରେ ୧୪୪ ଧାରା ଜାରି ହୋଇଛି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏଠରେ ଭକ୍ତଙ୍କ ଭିଡ ଲାଗିଥାଏ । ତେଣୁ ସମସ୍ତଙ୍କୁ ଡଙ୍ଗା ଯୋଗେ ନଦୀ ପାର କରାଇବା ଅସମ୍ଭବ ହୋଇଥିବାରୁ ଏଠାରେ ୧୪୪ ଧାରା ଲାଗୁ କରାଯାଇଛି ।

Get real time updates directly on you device, subscribe now.