fbpx

ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ

ଭୁବନେଶ୍ୱର,୮ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୪୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ସର୍ବାଧିକ ସମ୍ବଲପୁରରୁ ୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବଲାଙ୍ଗୀର, ବରଗଡ଼ ଓ ଭୁବନେଶ୍ବରରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧା, କଟକ, ଦେବଗଡ଼, ଗଞ୍ଜାମ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Get real time updates directly on you device, subscribe now.