ଓଡ଼ିଶାକୁ ମିଳିଲା ୪୫୫ କୋଟି: ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥ ପ୍ରଦାନ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ମଞ୍ଜୁର ୪୫୫ କୋଟି ଓଡ଼ିଶାକୁ ମିଳିଲା । ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତିକୁ ମିଶାଇ ଅର୍ଥ ପ୍ରଦାନ । ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥ ପ୍ରଦାନ କଲେ କେନ୍ଦ୍ର ସରକାର । ମଞ୍ଜୁର ଅର୍ଥ ୩୦ ଜିଲ୍ଲାର ୩୧୪ ବ୍ଲକ୍‌ର ୬୭୯୪ ପଞ୍ଚାୟତରେ ଖର୍ଚ୍ଚ ହେବ । କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି ।

ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ଟି ଗ୍ରାମ ପଞ୍ଚାୟତ ପାଇଁ ଏହି ପାଣ୍ଠି ଉଦ୍ଧିଷ୍ଟ ରହିଛି ।