fbpx

ବଡ଼ ଅଘଟଣ: ୧୫୦ ଫୁଟ ଗଭୀର ଖାଇକୁ ଖସିଲା ଶ୍ରଦ୍ଧାଳୁ ବସ୍, ୧୬ ଜଣଙ୍କ ମୃତ୍ୟୁ ଓ ୪୦ ଜଣ ଆହତ

Advertisement

ନୂଆଦିଲ୍ଲୀ: ଜମ୍ମୁରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଏକ ବସ୍ ୧୫୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥିସହିତ ୪୦ ଜଣ ଆହତ ହୋଇଛନ୍ତି । ଜମ୍ମୁର ରାଜୌରୀ ଜିଲ୍ଲାରେ ଏହି ଅଘଟଣ ଘଟିଛି । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ଅଖନୁର ହସ୍ପିଟାଲ ଓ ଜମ୍ମୁର ସରକାରୀ ମେଡିକାଲ କଲେଜ (ଜିଏମସି) ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ବସ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବାରୁ ଏହି ଅଘଟଣ ଘଟିଥିଲା । ଚୌକି ଚୌରା କ୍ଷେତ୍ରର ତଙ୍ଗଲୀ ମୋଡ଼ରେ ବସଟି ପାଖାପାଖି ୧୫୦ ଫୁଟ ତଳେ ଥିବା ଏକ ଖାଇ ମଧ୍ୟକୁ ଖସିପଡ଼ିଥିଲା । ତୀର୍ଥଯାତ୍ରୀଙ୍କୁ ନେଇ ବସଟି ୟୁପିର ହାଥରସରୁ ଜମ୍ମୁ କଶ୍ମୀରର ରିୟାସୀ ଜିଲ୍ଲା ସ୍ଥିତ ଶିବ ଫୋଡ଼ି ଅଭିମୁଖେ ଯାତ୍ରା କରୁଥିଲା । ମାତ୍ର ବାଟରେ ଏଭଳି ବଡ଼ ଅଘଟଣ ଘଟିଥିଲା । ଏହି ଘଟଣା ଘଟିବା ପରେ ଲୋକଙ୍କର ଚିତ୍କାର ଶୁଣିବାକୁ ମିଳିଥିଲା । ପୋଲିସ, ନାଗରିକ, ଏସଡିଆରଏଫ, ଏନଡିଆରଏଫ ପକ୍ଷରୁ ତ୍ୱରିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ରାଶି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.