fbpx
BJD
BJD SKY
BJD SKY

Republic Day Parade: ଏଥର ସାମିଲ୍ ହେବେ ୧୬ ମାର୍ଚ୍ଚିଂ ଦଳ, ୧୭ ସୈନ୍ୟ ବ୍ୟାଣ୍ଡ ଏବଂ ୨୫ ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ: କରୋନା ମହାମାରୀର ତୃତୀୟ ଲହର ମଧ୍ୟରେ ପାଳିତ ହେବ ଗଣତନ୍ତ୍ର ଦିବସ। ଏ ନେଇ ପ୍ରସ୍ତୁତି ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଗଣତନ୍ତ୍ର ଦିବସରେ ପରେଡ୍ ହିଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପ୍ରସ୍ତୁତି କରାଯାଇଥାଏ। ଏଥର ପ୍ୟାରେଡ୍ରେ କଣ କଣ ପ୍ରଦର୍ଶନ ହେବ ତାକୁ ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।
ସେନ ଅନୁଯାୟୀ, ଏଥର ଗଣତନ୍ତ୍ର ଦିବସ ପରେଡ୍ରେ ୧୬ ମାର୍ଚ୍ଚିଂ ଦଳ, ୧୭ ସୈନ୍ୟ ବ୍ୟାଣ୍ଡ ଏବଂ ବିଭିନ୍ନ ରାଜ୍ୟ, ବିଭାଗ ଓ ସଶସ୍ତ୍ର ବଳର ୨୫ ପ୍ରଜ୍ଞାପନ ମେଢ ସାମିଲ୍ ହେବ। ଗଣତନ୍ତ୍ର ଦିବସ-୨୦୨୨ରେ ସେନା ପ୍ରତିନିଧିତ୍ଵ କରିବେ ସେନାର ଅଶ୍ଵଚାଳକ ଦଳ, ୧୪ ମ୍ୟାକନାଇଜ କଲମ, ଛଅ ମାର୍ଚ୍ଚିଂ ଗ୍ରୁପ ଏବଂ ବିମାନ ଓ୍ଵିଙ୍ଗର ଉନ୍ନତ ହାଲୁକା ହେଲିକପ୍ଟର। ହେଲିକପ୍ଟର ଦ୍ଵାରା ଫ୍ଲାଇପାଣ୍ଟ କରାଯିବ ବୋଲି ସେନା ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

ସେନାର ମ୍ୟାକନାଇଜଡ ଗ୍ରୁପରେ ଗୋଟିଏ ପିଟି-୭୬ ଟ୍ୟାଙ୍କ, ସେଞ୍ଚୁରିୟନ ଟ୍ୟାଙ୍କ, ଦୁଇଟି ଏମବିଟି ଅର୍ଜୁନ ଏମକେ-ଆଇ ଟ୍ୟାଙ୍କ, ଗୋଟିଏ ଏପିସି ଟୋପ୍ସ କାର୍ମିକ ବାହକ, ଗୋଟିଏ୭୫/୨୪ ପ୍ୟାକ୍ ହୋବିତଜର, ଦୁଇଟି ଧନୁଷ ହୋବିତଜର, ପିଏମଏସ ପୋଲ ବିଛା ଯାଉଥିବା ପ୍ରଣାଳୀ ଆଦି ଆହୁରି ଅନେକ ଗ୍ରୁପ ଅଂଶଗ୍ରହଣ କରିବେ। ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ସେନାର ଛଅ ମାର୍ଚ୍ଚିଂ ଗ୍ରୁପରେ ରାଜପୁତ ରେଜିମେଣ୍ଟ, ଆସାମ ରେଜିମେଣ୍ଟ, ଜାମ୍ମୁ-କାଶ୍ମୀର ଲାଇଟ୍ ଇନଫ୍ୟାଙ୍କଟ୍ରି, ଶିଖ ଲାଇଟ୍ ଇନଫ୍ୟାଙ୍କଟ୍ରି, ଆର୍ମି ଅଡନାନ୍ସ କପର୍ସ ରେଜିମେଣ୍ଟ ଏବଂ ପାରାସୁଟ୍ ରେଜିମେଣ୍ଟ ରହିବେ। ଏଥିସହ କେନ୍ଦ୍ରୀୟ ସଶସ୍ତ୍ର ବଳରୁ ସିଆରପିଏଫ, ସିଆଇଏସଏଫ, ଏସଏସ ବି, ଆଇସିଜି ଏବଂ ବିଏସଏଫ ଦଳ ସାମିଲ୍ ହେବେ।

Get real time updates directly on you device, subscribe now.