fbpx

ସେନାର ହେଉଛି ଭାରତୀୟକରଣ; ବିଟିଙ୍ଗ୍ ଦ ରିଟ୍ରିିଟରେ ବାଜିବ ‘ଏ ମେରେ ୱତନ କେ ଲୋଗୋଁ’

‘ବିଟିଙ୍ଗ୍ ଦ ରିଟ୍ରିଟ୍’ ସମାରୋହରେ ପରିବେଷଣ ହେବ ‘ଏ ମେରେ ୱତନ କେ ଲୋଗୋଁ’ ସଂଗୀତ । ଚଳିତ ବର୍ଷ ଜାନୁଆରୀ ୨୯ ରେ ହେବାକୁ ଥିବା ‘ବିଟିଙ୍ଗ ଦ ରିଟ୍ରିଟ୍’ ସମାରୋହରେ ବାଜିବନି ପାରମ୍ପରିକ ଇସାଈ ସଂଗୀତ ‘ଏବାଇଡ୍ ୱିଥ୍ ମି’ । ୧୯୫୦ ପରଠାରୁ ‘ବିଟିଙ୍ଗ୍ ଦ ରିଟ୍ରିଟ୍’ ସମାରୋହରେ ପରିବେଷଣ ହୋଇଆସୁଥିବା ‘ଏବାଇଡ୍ ୱିଥ୍ ମି’ ସଂଗୀତକୁ ପ୍ରଥମ ଥର ପାଇଁ ପରିବେଷଣ କରାଯିବ ନାହିଁ, ଏହାକୁ ହଟାଇ ଦିଆଯାଇଛି । ସେନାରେ ‘ଭାରତୀୟକରଣ’ କୁ ଆଗକୁ ବଢ଼ାଇବା ଉଦ୍ୟମ ଅନ୍ତର୍ଗତ ଏହି ପ୍ରତିଷ୍ଠିତ ସଂଗୀତ ବଦଳରେ ଭାରତୀୟ ଦେଶାତ୍ମବୋଧକ ସଂଗୀତ ‘ଏ ମେରେ ୱତନ କେ ଲୋଗୋଁ’ ପରିବେଷଣ କରାଯିବ ।

ଚଳିତ ବର୍ଷ ‘ବିଟିଙ୍ଗ୍ ଦ ରିଟ୍ରିଟ୍’ ସମାରୋହ ପାଇଁ ୨୬ ଟି ସଂଙ୍ଗୀତ ସୂଚୀ ମଧ୍ୟରେ ‘ଏବାଇଡ ୱିଥ୍ ମି’ ସ୍ଥାନ ପାଇନାହିଁ । ତେବେ ‘ଏ ମେରେ ୱତନ କେ ଲୋଗୋଁ’ ଗୀତକୁ ଏପରି ଭାବରେ ରୂପାନ୍ତରିତ କରାଯାଇଛି ଯାହା ଯେମିତି ‘ଏବାଇଡ୍ ୱିଥ୍ ମି’ କୁ କରାଯାଇଥିଲା । ଏହାକୁ ମାସ୍ ବ୍ୟାଣ୍ଡ୍ସ ରୂପାନ୍ତରିତ କରିଛନ୍ତି । ‘ଏବାଇଡ୍ ୱିଥ୍ ମି’ ବିଟଙ୍ଗ ଦ ରିଟ୍ରିଟ୍ ସାମରୋହରେ ଏକ ଲମ୍ବା ସମୟ ଧରି ପରିବେଷଣ କରାଯାଉଛି । ଏହାକୁ ବଦଳାଇବା ପାଇଁ ଗତ ବର୍ଷ ଠାରୁ ଉପଯୁକ୍ତ ଭାରତୀୟ ସଂଗୀତର ସନ୍ଧାନ ରହିଥିଲା ।

ଜଣେ ଅଧିକାରୀ କହିଛନ୍ତି ଯେ ‘ଏ ମେରେ ୱତନ କେ ଲୋଗୋଁ’ ଛଡ଼ା ‘ସାରେ ଜହାଁ ସେ ଅଚ୍ଛା’, ‘ଦେ ଶିୱା ବର ମୋହେ’ ଏବଂ ‘ଏ ମାଲିକ ତେରେ ବନ୍ଦେ ହେଁ ହମ୍’ ଭଳି ସଂଗୀତକୁ ମଧ୍ୟ ବିଚାରକୁ ନିଆଯାଇଥିଲା । ଶେଷରେ ‘ଏ ମେରେ ୱତନ କେ ଲୋଗୋଁ’ ସଂଗୀତ ଉପରେ ମୋହର ବାଜିଥିଲା ଏବଂ ଏହାକୁ ‘ଏବାଇଡ୍ ୱିଥ୍ ମି’ ସ୍ଥାନରେ ବଦଳାଇ ଦିଆଯାଇଛି ।

ରାଜଧାନୀରେ ୨୯ ଜାନୁଆରୀରେ ହେବାକୁ ଥିବା ‘ବିଟିଙ୍ଗ ଦ ରିଟ୍ରିଟ୍’ ସମାରୋହରେ ଚଳିତ ଥର ପ୍ରାୟ ଏକ ହଜାର ଡ୍ରୋନ ସେମାନଙ୍କ କଳାକୌଶଳ ପ୍ରଦର୍ଶନ ଦେଖାଇବେ । ଆଇଆଇଟି ଦିଲ୍ଲୀ ସହ ଜଡ଼ିତ ଏକ ଷ୍ଟାର୍ଟଅପ୍ ଏହି ପ୍ରଦର୍ଶନ କରିବେ ।

Get real time updates directly on you device, subscribe now.