fbpx

ଆପଣଙ୍କ ଆକାଉଣ୍ଟକୁ ଆସିନି କି PM-kisan କିସ୍ତି: ଏହି ପ୍ରସେସ ଫଲୋ କରନ୍ତୁ

ନୂଆଦିଲ୍ଲୀ: କୃଷକ ମାନଙ୍କ ଆନ୍ଦୋଳନ ମଧ୍ୟ ରେ କେନ୍ଦ୍ର ର ମୋଦି ସରକାର ପିଏମ୍‌ କିସାନ ସମ୍ମାନ ନିଧିର ୭ମ କିସ୍ତି ଜାରି କରିଦେଇଛନ୍ତି। ଯାହା ୧ ଡିସେମ୍ବରରୁ ସାରା ଦୁନିଆରେ ୧୧ କୋଟି ଚାଷୀଙ୍କ ଖାତାରେ ଜମା ହେବା ଆରମ୍ଭ ହୋଇସାରିଛି। ଏହି ଯୋଜନା ଅନୁଯାୟୀ, ସରକାରଙ୍କ ଦ୍ୱାରା ମୋଟ୍‌ 6ହଜାର ଟଙ୍କାର ଆର୍ଥିକ ସହାୟତା ଚାଷୀଙ୍କ ଆକାଉଣ୍ଟକୁ ସରକାର ପଠାଇଛନ୍ତି। ଯଦି ଏହି ଟଙ୍କା ଆପଣଙ୍କ ଖାତା କୁ ଆସିନାହିଁ ବ୍ୟସ୍ତ ନହୋଇ ତୁରନ୍ତ ଏହି କାମ କରନ୍ତୁ
ସର୍ବ ପ୍ରଥମେ ଆପଣଙ୍କୁ ପିଏମ୍‌ କିସାନ୍‌ ସମ୍ମାନ ନିଧିର ଅଫିସିଆଲ ୱେବସାଇଟ pmkisan.gov.inକୁ ଭିଜିଟ୍‌ କରିବାକୁ ହେବ।
ଏହାପରେ ଉପର ପାର୍ଶ୍ୱରେ ଆପଣଙ୍କୁ Farmers Corner ଦେଖାଇବ।
ଆପଣଙ୍କୁ ତାହା ଉପରେ କ୍ଲିକ କରିବାକୁ ହେବ।
ଏହାପରେ Beneficiary Status ଉପରେ କ୍ଲିକ କରିବାକୁ ହେବ।
ଏବେ ଆପଣଙ୍କୁ ଆଧାର ନମ୍ବର, ଆକାଉଣ୍ଟ ନମ୍ବର ଏବଂ ମୋବାଇଲ୍‌ ନମ୍ବର ଏଣ୍ଟର କରିବାକୁ ହେବ।

ଏହା ବ୍ୟତିତ ଏହି ସବୁ ସ୍ଥାନରେ ମଧ୍ୟ ଅଭିଯୋଗ କରିହେବ ।
ପିଏମ୍ କିଷାନ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର: ୧୮୦୦୧୧୫୫୨୬୬
ପିଏମ୍ କିଷାନ ହେଲ୍ପଲାଇନ ନମ୍ବର: ୧୫୫୨୬୧
ପିଏମ୍ କିଷାନ ଲ୍ୟାଣ୍ଡଲାଇନ ନମ୍ବର: ୦୧୧-୨୩୩୮୧୦୯୨, ୨୩୩୮୨୪୦୧
ନୂତନ ପିଏମ୍ କିଷାନ ହେଲ୍ପଲାଇନ ନମ୍ବର: ୦୧୧-୨୪୩୦୦୬୦୬
ବିକଳ୍ପ ପିଏମ୍ କିଷାନ ଟୋଲ ହେଲ୍ପଲାଇନ ନମ୍ବର: ୦୧୨୦-୬୦୨୫୧୦୯
ଇମେଲ୍ ଆଇଡି: [email protected]

Get real time updates directly on you device, subscribe now.