fbpx

ଆଶ୍ଚର୍ଯ୍ୟଜନକ ଘଟଣା: ଡ୍ରଗସ୍ ଓଭରଡୋଜ୍ କାରଣରୁ ୧୬ ମାସର ଶିଶୁର ମୃତ୍ୟୁ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡ୍ରଗସ ମଣିଷ ପାଇଁ ଏକ ଭୟଙ୍କର ବିମାରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଡ୍ରଗସ ଓ ଆଲକହଲ କାରଣରୁ ଗତ ୨୦୨୧ରେ ଭାରତରେ ୧୦ ହଜାର ଲୋକ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି । ୨୦୨୦ରେ ଏହି ସଂଖ୍ୟା ୯,୧୬୯ ରହିଥିଲା । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, କେରଳ ଓ କର୍ଣ୍ଣାଟକରେ ଏହି ମାମଲା ବେଶି ଦେଖିବାକୁ ମିଳୁଛି । ତେବେ ଡ୍ରଗସ ଓଭରଡୋଜର ଶିକାର କେବଳ ବଡ଼ମାନେ ହୋଇଥାନ୍ତି ବୋଲି ଯଦି ଆପଣଙ୍କମନରେ ଧାରଣା ଥାଏ ତାହା ଏବେ ଭୁଲ୍ ପ୍ରମାଣିତ ହୋଇଛି ।

ସୂଚନା ମୁତାବକ, ଆମେରିକାର ନ୍ୟୁୟର୍କରେ ପାଖାପାଖି ୧ ବର୍ଷର ଶିଶୁ ଡ୍ରଗସ କାରଣରୁ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ବି ଚିନ୍ତାରେ ପଡ଼ିଯାଇଥିଲା । କିଛି ନାବାଳକ ଓ ଛୋଟ ଶିଶୁଙ୍କୁ ଡ୍ରଗସ ଦିଆଯାଉଥିଲେ ହେଁ ସେମାନେ ତାହା ଜାଣି ପାରିନଥାନ୍ତି । ୧୬ ମାସର ଏହି ଶିଶୁକୁ ଅଚେତ ଅବସ୍ଥାରେ ବେଡରୁମରୁ ଉଦ୍ଧାର କରାଯାଇଥିଲା । ଏହାପରେ ତାକୁ ମେଡିକାଲକୁ ନିଆଯାଇଥିଲା, ମାତ୍ର ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ । ପୋଲିସ ଏହି ମାମଲାକୁ ହତ୍ୟା ବୋଲି ଘୋଷଣା କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନଥିବା ବେଳେ ଶିଶୁର ମୃତ୍ୟୁ କୋକେନ ଓ ଫେଣ୍ଟାନିଲ ଡ୍ରଗସ କାରଣରୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଫେଣ୍ଟାନିଲ ଡ୍ରଗସର ଓଭରଡୋଜ ଆମେରିକାରେ ଏବେ ମହାମାରୀ ଅନୁରୂପ ସ୍ଥିତି ସୃଷ୍ଟି କରିଛି । ବହୁ ସଂଖ୍ୟକ ଲୋକ ଏଥିରେ ଶିକାର ହେଉଥିବା ଜଣାପଡ଼ିଛି । ୨୦୨୨ ସୁଦ୍ଧା ମାତ୍ର ୧୨ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଡ୍ରଗସ ଓଭରଡୋଜ୍ କାରଣରୁ ହୋଇଥିବା ଜଣାପଡ଼ିଛି । ଫେଣ୍ଟାନିଲ ଡ୍ରଗସ କାରଣରୁ ଛୋଟ ଶିଶୁ ଓ ନାବାଳକଙ୍କ ମୃତ୍ୟୁ ଘଟୁଥିବା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ଗତ ୨୦୨୨ରେ ମଧ୍ୟ ଜଣେ ୧୫ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ବାଥରୁମରୁ ଛାତ୍ରୀଙ୍କର ମୃତଦେହ ମିଳିଥିଲା । ପୀଡ଼ାନାଶକ ଔଷଧ କହି ତାଙ୍କୁ ଡ୍ରଗସ ଗୋଲି ଦିଆଯାଇଥିବା ଯାଞ୍ଚରୁ ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.