fbpx
BJD SKY
BJD SKY

୧୮ ମାସରେ ୧୬ ଜଣ ଗିରଫ, ଜାଣନ୍ତୁ ଦିଲ୍ଲୀ ମଦ ଦୁର୍ନୀତିରେ ଏପର୍ଯ୍ୟନ୍ତ କିଏ କିଏ ଯାଇଛନ୍ତି ଜେଲ

BJD

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି ମାମଲାରେ ଗତ ରାତିରେ ଜେରା ପରେ ଗିରଫ କରିଛି । ଦିଲ୍ଲୀ ହାଇକୋର୍ଟ ମନି ଲଣ୍ଡରିଂ ମାମଲାରେ କୌଣସି ପ୍ରକାର ସୁରକ୍ଷା ଦେବା ଲାଗି ମନା କରିବାର କିଛି ଘଣ୍ଟା ପରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଏହା ୧୬ତମ ଗିରଫ ।

ଏକ ସପ୍ତାହ ପୂର୍ବରୁ ୧୫ ମାର୍ଚ୍ଚରେ ଇଡି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ଭାରତୀୟ ରାଷ୍ଟ୍ର ସମିତିର ନେତା କେ କବିତାଙ୍କୁ ହାଇଦ୍ରାବାଦରେ ଗିରଫ କରାଯାଇଥିଲା । ତାଙ୍କ ଉପରେ ମଧ୍ୟ ମନି ଲଣ୍ଡରିଂର ଅଭିଯୋଗ ରହିଛି । ଦିଲ୍ଲୀ ମଦ ଦୁର୍ନୀତିରେ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କୁ ଇଡି ପୂର୍ବରୁ ଗିରଫ କରିସାରିଛି । ଏହି ମାମଲାରେ ବର୍ତ୍ତମାନ ହାଇ ପ୍ରୋଫାଇଲ ଗିରଫ କରାଯାଇଛି । ଏହି ନେତାମାନଙ୍କୁ ପିଏମଏଲଏର ସେକ୍ସନ ୩ ଏବଂ ସେକ୍ସନ ୪ ଅନୁଯାୟୀ, ମନି ଲଣ୍ଡରିଂର ଅଭିଯୋଗରେ ଗିରଫ କରାଯାଇଛି ।

ମଦ ଦୁର୍ନୀତି ମାମଲାରେ ପୂର୍ବରୁ ୨୦୨୨ ମସିହାରେ ହୋଇଥିଲା । ସେତେବେଳେ ଇଡି ସମୀର ମହେନ୍ଦ୍ରୁଙ୍କୁ ୨୮ ସେପ୍ଟେମ୍ବର ୨୦୨୨ରେ ଗିରଫ କରିଥିଲା । ମହେନ୍ଦ୍ରୁ ଦେଶର ବଡ଼ ମଦ ବ୍ୟବସାୟୀ ଅଟନ୍ତି । ମହେନ୍ଦ୍ରୁ ଉପରେ ଅଭିଯୋଗ ରହିଛି ଯେ, ସେ ମଦ ଦୁର୍ନୀତିରେ ୨ ଥର ପେମେଣ୍ଟ କରିଥିଲେ । ଏଥିରେ ପ୍ରଥମ ଦିଲ୍ଲୀର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଖ ସହଯୋଗୀ ଦିନେଶ ଅରୋଡାଙ୍କୁ ଏକ କୋଟି ଟଙ୍କା ଦେଇଥିଲେ, ଏବଂ ଦ୍ୱିତୀୟ ପେମେଣ୍ଟ ସେ ଗୁରୁଗ୍ରାମ ସ୍ଥିତ ଅର୍ଜୁନ ପାଣ୍ଡେଙ୍କୁ ହାରାହାରି ୨ ରୁ ୪ କୋଟି ଟଙ୍କା ଦେଇଥିଲେ । ଏଜେନ୍ସିଙ୍କ ଦାବି ରହିଛି ଯେ, ପାଣ୍ଡେ ବିଜୟ ନାୟରଙ୍କ କହିବାନୁଯାୟୀ, ଟଙ୍କା ଆଦାୟ କରାଯାଇଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏପର୍ଯ୍ୟନ୍ତ ସମୀର ମହେନ୍ଦ୍ରୁ, ପି ଶରତ ଚନ୍ଦ୍ର ରେଡ୍ଡୀ, ବିନୟ ବାବୁ, ବିଜୟ ନାୟର, ଅଭିଷେକ ବୋଇନପଲ୍ଲୀ, ଅମିତ ଆରୋଡ଼ାଙ୍କୁ ଗିରଫ କରାଯାଇ ସାରିଛି । ତେବେ ଗିରଫ ୨୦୨୨ ମସିହାରେ ହୋଇଥିଲା । ଏମାନଙ୍କ ବ୍ୟତୀତ ୨୦୨୩ରେ ଇଡି ଗୌତମ ମଲହୋତ୍ରା, ରାଜେଶ ଜୋଶୀ, ରାଘବ ମଙ୍ଗୁଟା, ଅମନ ଘାଲ, ଅରୁଣ ପିଲ୍ଲାଇ, ମନୀଷ ସିସୋଦିଆ, ଦିନେଶ ଅରୋଡ଼ା ଏବଂ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି । ୨୦୨୪ରେ ଏପର୍ଯ୍ୟନ୍ତ କେଜ୍ରିୱାଲଙ୍କ ଏହା ଦ୍ୱିତୀୟ ଗିରଫ ।

Get real time updates directly on you device, subscribe now.