fbpx
BJD SKY
BJD SKY

ଶରୀରରେ ପାଣି କେତେ କମିଗଲେ ହୋଇପାରେ ମଣିଷର ମୃତ୍ୟୁ, ଜଳ ଦିବସରେ ଜାଣନ୍ତୁ ଏହି ବଡ କଥା

BJD

ଓଡ଼ିଶା ଭାସ୍କର:ପ୍ରତି ବର୍ଷ ୨୨ ମାର୍ଚ୍ଚରେ ବିଶ୍ୱ ଜଳ ଦିବସ ପାଳନ କରାଯାଏ । ଏହି ବିଶେଷ ଅବସରରେ ଆସନ୍ତୁ ଜଳ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା ।
ପୃଥିବୀ ପୃଷ୍ଠରେ ପ୍ରାୟ ୭୨% ଭାଗ ଜଳମଗ୍ନ ହୋଇ ରହିଛି । କିନ୍ତୁ ଏଥିମଧ୍ୟରୁ ପ୍ରାୟ ୯୭% ପାଣି ଖାରା ହୋଇଥିବା ବେଳେ ଏହା ପିଇବା ଯୋଗ୍ୟ ନୁହେଁ । ଅନ୍ୟ ୨% ପାଣି ବରଫ ପାହାଡ ଓ ଗ୍ଲାସିୟର ଭାବରେ ରହିଛି । ଏହାର ଅର୍ଥ ଆମର ଆବଶ୍ୟକତା ପାଇଁ ମାତ୍ର ୧% ପାଣି ହିଁ ଉପଲବ୍ଧ ।

ପାଣି ପୃଥିବୀ ପୃଷ୍ଠରେ ଏଭଳି ଏକମାତ୍ର ପଦାର୍ଥ ଯାହା ପ୍ରାକୃତିକ ରୂପରେ ୩ ଅବସ୍ଥା ଯଥା ତରଳ, କଠିନ ଓ ଗ୍ୟାସୀୟ ଅବସ୍ଥାରେ ଉପଲବ୍ଧ । ନାସା ଚନ୍ଦ୍ରରେ ପାଣିର ସନ୍ଧାନ କରିଛି ଯାହା କେବଳ ବରଫ ରୂପରେ ସନ୍ଧାନ କରାଯାଇଛି । ଆଣ୍ଟାର୍କଟିକାରେ ପୃଥିବୀର ୯୦% ବିଶୁଦ୍ଧ ଜଳ ରହିଛି ।

ମଣିଷ ବିନା ପାଣିରେ କେବଳ ଗୋଟିଏ ସପ୍ତାହ ହିଁ ବଞ୍ଚିପାରିବ । ମଣିଷ ଶରୀରରେ ୧% ପାଣି କମିଗଲେ ଶୋଷ ଅନୁଭୂତ ହୋଇଥାଏ ଓ ୮%ରୁ ଅଧିକ କମିଗଲେ ମାନବର ମୃତ୍ୟୁ ହୋଇଯାଇପାରେ ।

Get real time updates directly on you device, subscribe now.