fbpx

ନାଇଜେରିଆରେ ବଡ଼ଧରଣର ହିଂସାକାଣ୍ଡ: ୧୬୦ ଜଣଙ୍କର ମୃତ୍ୟୁ, ୩୦୦ରୁ ଅଧିକ ଆହତ

Advertisement

ନୂଆଦିଲ୍ଲୀ: ନାଇଜେରିଆରୁ ଆସିଛି ଏକ ବଡ଼ ଖବର । ଏକ ଭୟଙ୍କର ହିଂସାକାଣ୍ଡ ଘଟି ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଛି । ମଧ୍ୟ ନାଇଜେରିଆରେ ଘଟିଥିବା ଏହି ଘଟଣା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନଥିବା ବେଳେ କିଛି ଲୋକ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣ କରିଥିବା କୁହାଯାଉଛି । ୨୪ ଓ ୨୫ ତାରିଖ ଦୁଇ ଦିନରେ ଏତେ ସଂଖ୍ୟକ ଲୋକଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

ତେବେ ଆକ୍ରମଣ ହୋଇଥିବା ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ଓ ଚାପଗ୍ରସ୍ତ ବୋଲି କୁହାଯାଉଛି । ସେଠାରେ ଅଧିକାଂଶ ସମୟରେ କୃଷକ ଓ ପଶୁପାଳକଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ । ଏହି ଆକ୍ରମଣରେ ଶତାଧିକ ଲୋକଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ କିଛି ମିଡ଼ିଆରେ ପ୍ରଥମେ ଖବର ପ୍ରସାରଣ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଥିଲା ।

ତେବେ ଡାକୁଙ୍କର ଏକ ଗ୍ରୁପ ୨୦ଟି ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିବା କୁହାଯାଉଛି । ଫଳରେ ଘଟଣାସ୍ଥଳରେ ୧୬୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ୩୦୦ରୁ ଅଧିକ ଆହତ ହୋଇଥିଲେ । ଏହି ଆକ୍ରମଣ ପାଇଁ କିଏ ଦାୟୀ ସେନେଇ ଅଫିସିଆଲ ଭାବେ କିଛି କୁହାଯାଇ ନାହିଁ । ମଧ୍ୟ ନାଇଜେରିଆର ପ୍ଲାଟୋ ରାଜ୍ୟରେ ବିଭିନ୍ନ ଜାତିର ଓ ଧାର୍ମିକ ସମ୍ପ୍ରଦାୟର ଲୋକେ ରହୁଥିବା ବେଳେ ସେହି ଅଞ୍ଚଳରେ ହିଂସାକାଣ୍ଡ ବଢ଼ିବା ସହିତ ସାଂପ୍ରଦାୟିକ ବିବାଦରେ ପୂର୍ବରୁ ଶତାଧିକ ଲୋକ ପ୍ରାଣ ହରାଇଥିଲେ । ସେଠାରେ ଘଟୁଥିବା ସଂଘର୍ଷ ମୁଖ୍ୟତଃ ମୁସଲିମ ଗୋପାଳକ ଓ ଖ୍ରୀଷ୍ଟିୟାନ କୃଷକଙ୍କ ମଧ୍ୟରେ ହୋଇଥାଏ ।

Get real time updates directly on you device, subscribe now.