fbpx

ଖୁସି ଖବର: ରାଜ୍ୟରେ ଆଉ ୧୮୬ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୧ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ଆସିଛି ଖୁସି ଖବର । ରାଜ୍ୟରେ ଆଉ ୧୮୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୩୭୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କଟକରୁ ସର୍ବାଧିକ ୬୨ ଜଣ ସୁସ୍ଥ ହୋଇଥିବା ବେଳେ କନ୍ଧମାଳରୁ ୪୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୩୨, ଗଞ୍ଜମରୁ ୧୨, ମୟୂରଭଞ୍ଜରୁ ୮, ଅନୁଗୁଳରୁ ୭, କେନ୍ଦୁଝରରୁ ୫, ମାଲକାନଗିରି, ନୟାଗଡ ପୁରୀରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ଦେବଗଡ ଓ ସୋନପୁରରୁ ୨ ଜଣ ଲେଖାଏଁ ଓ ସୁନ୍ଦରଗଡରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.