fbpx

୧୭ ଟେଷ୍ଟ ସିରିଜ ବିଜୟ ନା ୫ ଖେଳାଳିଙ୍କ ଡେବ୍ୟୁ: କେଉଁ ମୁହୂର୍ତ୍ତକୁ ସ୍ପେଶାଲ କହିଲେ କୋଚ୍ ଦ୍ରାବିଡ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଏକପାଖିଆ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଭାରତ-ଇଂଲଣ୍ଡ ଏହି ସିରିଜରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏହି ସିରିଜର ଦୁଇଟି ମ୍ୟାଚରେ ୨ଟି ବିସ୍ଫୋରକ ଦ୍ୱିଶତକ ହାସଲ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନ ୫୦୦ ୱିକେଟ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ଟିମ ଇଣ୍ଡିଆ ଲଗାତାର ୧୭ଟି ଟେଷ୍ଟ ସିରିଜ ଉପରେ କବଜା କରିଛି । ସେହିପରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୫ଟି ମ୍ୟାଚରେ ଭାରତୀୟ ଦଳରେ ୫ଜଣ କ୍ରିକେଟର ଡେବ୍ୟୁ କରିଛନ୍ତି । ତେବେ ଏସବୁ ଭାରତ ପାଇଁ ଏହି ସିରିଜର ଶ୍ରେଷ୍ଠ ମୁହୂର୍ତ୍ତ ଭାବରେ ରହିଛି । କିନ୍ତୁ ଏସବୁ ବ୍ୟତୀତ ଆଉ ଏକ ଘଟଣାକୁ ସିରିଜର ଶ୍ରେଷ୍ଠ ମୁହୂର୍ତ୍ତବୋଳି କହିଛନ୍ତି କୋଚ୍ ରାହୁଲ ଦ୍ରାବିଡ ।

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ପଚାରିବାରୁ କୋଚ୍ ଦ୍ରାବିଡ ନିଜ ମତ ରଖିଛନ୍ତି । ଯଶସ୍ୱୀଙ୍କ ଦ୍ୱିଶତକ କିମ୍ବା ୫ ଖେଳାଳିଙ୍କ ପଦାର୍ପଣ ନୁହେଁ, ଭାରତ ପାଇଁ ସିରିଜର ସ୍ମରଣୀୟ ମୁହୂର୍ତ୍ତଥିଲା ରାଜକୋଟ ଟେଷ୍ଟରେ ଅଶ୍ୱୀନଙ୍କ କମବ୍ୟାକ । ଅଶ୍ୱୀନଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଭୀଷଣ ଖରାପ ଥିବା ବେଳେ ଆଇସିୟୁରେ ସେ ଜୀବନ-ମୃତ୍ୟୁର ସଂଗ୍ରାମ କରୁଥିଲେ । ଏହାପରେ ମଧ୍ୟ ଅଶ୍ୱୀନ ମା’ଙ୍କୁ ମେଡିକାଲରେ ଛାଡ଼ି ଫେରିବା ସହ ଟିମ ଇଣ୍ଡିଆ ସହ ଯୋଗ ଦେଇଥିଲେ । ଏହା ହିଁ ସିରିଜର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି କୋଚ୍ ରାହୁଲ ଦ୍ରାବିଡ । ସୂଚନା ଥାଉ କି, ରାଜକୋଟ ଟେଷ୍ଟ ସମୟରେ ଭେଟେରାନ୍ ସ୍ପିନର ଅଶ୍ୱୀନଙ୍କ ମା’ ଅସୁସ୍ଥ ହୋଇ ICUରେ ଭର୍ତ୍ତି ହୋଇଥିଲେ । ଯାହାଫଳରେ ମ୍ୟାଚର ତୃତୀୟ ଦିନରେ ମେଡିକାଲ ଯାଇ ପୁଣି ଚତୁର୍ଥ ଦିନରେ ଦଳ ସହ ପୁନର୍ବାର ସାମିଲ ହୋଇଥିଲେ ଅଶ୍ୱୀନ । ଅଶ୍ୱୀନଙ୍କ ଏହି ନିଷ୍ପତ୍ତି ଭାରତୀୟ ଦଳର ପ୍ରତିଶ୍ରୁତିବଦ୍ଧତା ଏବଂ ବଳିଷ୍ଠ ଚରିତ୍ରକୁ ଦର୍ଶାଇଛି ।

ରବିବାର ଟିମ ଇଣ୍ଡିଆରୁ ଅଲଗା ହେବା ପୂର୍ବରୁ ରାହୁଲ ଦ୍ରାବିଡ କହିଥିଲେ ଯେ, ରାଜକୋଟ ଟେଷ୍ଟରେ ଅଶ୍ୱୀନଙ୍କ ପ୍ରତ୍ୟାବର୍ତ୍ତନ ମୋ ପାଇଁ ସିରିଜର ସ୍ମରଣୀୟ ମୁହୂର୍ତ୍ତ । ଏଥିପାଇଁ ଦଳରେ ଏକ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥିଲା, ଯାହା ସମସ୍ତ ଖେଳାଳିଙ୍କ ଅତ୍ମବିଶ୍ୱାସରେ ବୃଦ୍ଧି କରିବାର ଏକ ଉତ୍ସ ପାଲଟି ଯାଇଥିଲା ବୋଲି କହିଛନ୍ତି ଦ୍ରାବିଡ । ଏହାବ୍ୟତୀତ ଇଂଲଣ୍ଡ ବିପକ୍ଷ ଏହି ସିରିଜରେ ଟିମ ଇଣ୍ଡିଆ ପାଇଁଷ୍ଟାର ସ୍ପିନର କୁଳଦୀପ ଯାଦବଙ୍କୁ ‘X Factor’ ବୋଲି କୋଚ୍ କହିଛନ୍ତି । କୁଳଦୀପଙ୍କ ବୋଲି ଏବଂ ରୋହିତଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ଦ୍ରାବିଡ । ଏହାପରେ ବିସିସିଆଇକୁ ଦିନେ ନା ଦିନେ ଖେଳାଳିମାନଙ୍କ ଭାବନା ପ୍ରତି ସମ୍ମାନ ଦେବାକୁ ପଡ଼ିବ ବୋଲି କହି ଟିମ ଇଣ୍ଡିଆରୁ ଅଲଗା ହୋଇଛନ୍ତି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ।

Get real time updates directly on you device, subscribe now.