fbpx

ପ୍ରଥମ ଦେଖାରେ ୭୦ ବର୍ଷ ବୁଢା ପ୍ରେମରେ ପଡ଼ିଲା ୧୭ ବର୍ଷର ଝିଅ.. ଯୋଡ଼ି ହେବ ତ ଏମିତି ।

ନୂଆଦିଲ୍ଳୀ: ପ୍ରେମର ସଜ୍ଞା ନଥାଏ । ପ୍ରେମ ଚିରନ୍ତନ ଆଉ ଶାଶ୍ୱତ । ପ୍ରେମରେ ଜାତି, ଧର୍ମ ବା ବୟସ ଦେଖାଯାଇ ନଥାଏ । ପ୍ରେମ କାହାଣୀ ସବୁବେଳେ ସୁନ୍ଦର ଥାଏ । କିନ୍ତୁ ପ୍ରେମ ଯେତେବେଳେ ସମାଜର ବନ୍ଧନରେ ବାନ୍ଧି ନହୋଇ ଆଗକୁ ବଢିଥାଏ ତାହା ଆହୁରି ଭିନ୍ନ ହୋଇଥାଏ । ତେବେ ବର୍ତ୍ତମାନ ପ୍ରେମକୁ ନେଇ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଖବର ବିଷୟରେ ଜାଣିଲେ ଆପଣମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ସୀମା ଆରପାରି ପାକିସ୍ତାନରୁ ସମାନ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ମାତ୍ର ୧୯ ବର୍ଷର ଜଣେ ଝିଅ ସମାଜ କଥା ଚିନ୍ତା ନକରି ଜଣେ ୭୦ ବର୍ଷିୟ ବୟଷ୍କ ଲୋକର ପ୍ରେମରେ ପଡ଼ି ଯାଇଥିଲା, ଏବଂ ଶେଷରେ ସେ ତାଙ୍କୁ ବିବାହ କରିଥିବା ମଧ୍ୟ ଜଣା ପଡ଼ିଛି ।

ପାକିସ୍ତାନରୁ ଭାଇରାଲ ହୋଇଥିବା ଏହି ପ୍ରେମ କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ପ୍ରେମରେ ପଡ଼ିଥିବା ଏହି ପ୍ରେମୀଯୁଗଳ ହେଉଛନ୍ତି ଲିୟାକତ ଏବଂ ଶମାଇଲା ।

ତେବେ ଏମାନଙ୍କ ପ୍ରେମ କାହାଣୀ ରାସ୍ତାରୁ ହିଁ ଆରମ୍ଭ ହୋଇଥିଲା । ରାସ୍ତାରେ ଶମାଇଲା କୌଣସି ସ୍ଥାନକୁ ଯାଉଥିବା ସମୟରେ ଲିୟାକତ ଗୀତ ବୋଲି ବୋଲି ଯାଉଥିଲେ । ଠିକ ଏହି ସମୟରେ ଦୁଇ ଜଣଙ୍କୁ ପ୍ରଥମ ନଜରରେ ପ୍ରେମ ହୋଇ ଯାଇଥିଲା । ସେଠାରେ ଦୁଇ ଜଣ କଥାବାର୍ତ୍ତା କରିବା ସହ ପ୍ରେମର କାହାଣୀ ଆରମ୍ଭ ହୋଇ ଯାଇଥିଲା । କଥାବାର୍ତ୍ତା ସମୟରେ ଲିୟାକତ କହିଥିଲେ ଯେ ହୃଦୟ ଯବାନ ହେବା ଦରକାର ବୟସରେ କଣ ଅଛି ।

ସୂଚନା ମୁତାବକ ପ୍ରଥମେ ଶମାଇଲାର ପରିବାର ଲୋକେ ଏହି ପ୍ରସ୍ତାବରେ ରାଜି ନଥିଲେ କିନ୍ତୁ ପରେ ଶମାଇଲା ନିଜ ପରିବାର ଲୋକଙ୍କୁ ବୁଝାଇ ଲିୟାକତଙ୍କୁ ବିବାହ କରିଥିଲେ । ତେବେ ଶମାଇଲାଙ୍କ କହିବା ଅନୁସାରେ ସେ ଲିୟାକତଙ୍କ ସହ ବହୁତ ଖୁସି ଅଛନ୍ତି । ତାଙ୍କର ଏହି ପ୍ରେମ କାହାଣୀ ପାକିସ୍ତାନ ସହିତ ଭାରତୀୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.