fbpx

ଜନ୍ମାଷ୍ଟମୀ ଅବସରରେ ପାଳନ ହୋଇଥିବା ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ  ଦଳାଚକଟାରେ ୧୯୫  ଆହତ, ଅନେକ ଗୁରୁତର

ମୁମ୍ବାଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଜନ୍ମାଷ୍ଟମୀ ଅବସରରେ ଏଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ଅନେକ ସ୍ଥାନରେ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ମୋଟ ଉପରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୯୫ ଜଣ ଲୋକ ଆହତ ହୋଇଥିବା ଖବର ମିଳିଛି । ଅନେକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଏମସି କହିବା ଅନୁସାରେ ଏହି କାର୍ଯ୍ୟକ୍ରମରେ ଅନେକ ଲୋକ ଆହତ ହେଇଛନ୍ତି ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  ଏବଂ ବାକି ୧୭୭ ଲୋକଙ୍କୁ ସାମାନ୍ୟ ଚିକିତ୍ସା ପରେ ଛାଡି ଦିଆଯାଇଛି । ତେବେ ସୂଚନା ଅନୁସାରେ ୪ ଜଣ ଗମ୍ଭୀର ଭାବରେ ଆହତ ହୋଇଛନ୍ତି  ଏବଂ ୨୨ ଜଣଙ୍କ ଚିକିତ୍ସା ଏବେ ଚାଲିଛି ।

ଏଠାରେ ଦହି ହାଣ୍ଡି କାର୍ଯ୍ୟକ୍ରମ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମାଟି ହାଣ୍ଡିରେ କ୍ଷୀର, ଦହି, ଲହୁଣୀ ପରି ବିଭିନ୍ନ କ୍ଷୀର ଜାତୀୟ ପଦାର୍ଥ ମିଶାଇ ଏହାକୁ ଉପରେ ଏକ ରଶିରେ ଟଙ୍ଗା ଯାଇଥାଏ । ଏହାପରେ ଉପରକୁ ଯିବା ପାଇଁ ଜଣଙ୍କ ଉପରେ ଅନ୍ୟଜଣେ ଛିଡା ହୋଇ ଏକ ପିରାମିଡ କରି ଉପରକୁ ଯାଇଥାନ୍ତି, ଏହା ପରେ ଦହି ହାଣ୍ଡିକୁ ଭାଙ୍ଗିଥାନ୍ତି ।

Get real time updates directly on you device, subscribe now.