fbpx

ଦଶତୁଠରେ ବୁଡ଼ି ୨ ଭାଇ ମୃତ : ଜଣକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଜଗତସିଂହପୁର : ଅଘଟଣ ଉପରେ ଅଘଟଣ! ଜଗତସିଂପୁର ଜିଲ୍ଲାର ବାରେଡିଆ ଗାଁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାରେଡିଆ ଗାଁର ଦେବୀନଦୀରେ ଦଶତୁଠ ଚାଲିଥିବା ବେଳେ ଅଘଟଣ ଘଟିଛି । ଦଶତୁଠରେ ବୁଡ଼ି ଯାଇଛନ୍ତି ଦୁଇ ଭାଇ ।

ସୂଚନା ଅନୁସାରେ, ଜଗତସିଂପୁର ଜିଲ୍ଲାର ବାରେଡିଆ ଗାଁର ଜଣେ ଯବାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଯବାନଙ୍କ ଦଶାହକର୍ମ ଚାଲିଥିବା ବେଳେ ଆଉ ଏକ ଅଘଟଣ ଘଟିଥିବାର ଖବର ମିଳିଛି । ଦେବୀନଦୀ ଠାରେ ଦଶାହକର୍ମ ଚାଲିଥିବା ସମୟରେ ପୁଣି ୨ ଭାଇ ଭାସି ଯାଇ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.