fbpx

RD ଛାତ୍ରୀ ମୃତ୍ୟୁ ଘଟଣା: ୨ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । କିନ୍ତୁ ସେମାନଙ୍କର ପରିଚୟ ଗୋପନୀୟ ରଖାଯାଇଛି ।

ତେବେ ଯାଜପୁର କୁଆଖିଆ ମୂଳାପାଳ ଛକ ନିକଟରୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କୁଆଖିଆ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇ ଘଟଣାର ତଦନ୍ତ ଜାରି ରଖିଛି । କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.