fbpx

ପ୍ରକାଶ ପାଇଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପାରୀକ୍ଷାର ଫର୍ମପୂରଣ । ଯୁକ୍ତ ୨ର କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷା ହେବାକୁ ଯାଉଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେବେ ଆସନ୍ତା ୧୪ରୁ ୧୯ ତାରିଖ ମଧ୍ୟରେ ସମସ୍ତ ରେଗୁଲାର ଓ ଏକ୍ସ ରେଗୁଲାର ପିଲା ଫର୍ମ ପୂରଣ କରିବେ । ଏହାର ଫି’ ଦାଖଲ କରିବେ ୨୧ ତାରିଖରୁ ୨୩ ତାରିଖ ଭିତରେ । ଯଦି ଆପଣ ଫର୍ମ ପୂରଣ କରି ନଥିବେ ତେବେ ୨୪ରୁ ୨୬ ତାରିଖ ଭିତରେ ୧୦୦ ଟଙ୍କା ଫାଇନ ଦେବେ । ଏହି ତାରିଖ ଠାରୁ ଯଦି ବିଳମ୍ବ ହୁଏ ତେବେ ୨୮ ରୁ ୩୦ ମଧ୍ୟରେ ୪୫୦ ଟଙ୍କା ୨୮ ରୁ ୩୦ ମଧ୍ୟରେ ଜୋରିମନା ଦେଇ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।

ଏହାପରେ ମଧ୍ୟ ଯଦି ଛାତ୍ରଛାତ୍ରୀ ଫର୍ମପୂରଣ କରି ନାହାନ୍ତି ତେବେ ଡିସେମ୍ବର ୧ ରୁ ୩ ତାରିଖ ମଧ୍ୟରେ ଫାଇନ ଦେଇ ଫର୍ମ ପୂରଣ କରିପାରିବେ । କଲେଜର ସାମ୍ସ ପୋର୍ଟାଲ ଜରିଆରେ କତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ । ଆବଶ୍ୟକୀୟ କାଗଜପତ୍ର ସହ ନିର୍ଭୁଲ ଭାବେ ଫିଲାଙ୍କ ଫର୍ମ ପୂରଣ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ CHSEର ପରୀକ୍ଷା ନିୟନ୍ତ୍ରକଙ୍କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷକ ମାନଙ୍କୁ ଚିଠି ଲେଖିଛନ୍ତି । ଏହା ସହ ପ୍ରାକ୍ଟିକାଲ ପେପର ପିଛା ୪୦ଟଙ୍କା ଫି ଧାର୍ଯ୍ୟ କରାଯାଇଛି । ଫର୍ମ ଫିଲପକୁ ନେଇ ଗାଇଡଲାଇନ୍ସ ଜାରି କରାଯାଇଛି କଲେଜର ଅଧ୍ୟକ୍ଷ ମାନଙ୍କୁ ।

Get real time updates directly on you device, subscribe now.