ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରରେ ଖୋଲିବ ଆଉ ୨ଟି ଗେଟ୍ । ମୋଟ ୪ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାଷନ ହେବ ।
ବର୍ତ୍ତମାନ ୨ଟି ଗେଟ୍ ଖୋଲା ଅଛି, ଯେଉଁଥିରୁ ବନ୍ୟା ଜଳ ବାହାର କରାଯାଉଛି ।
କେନ୍ଦ୍ରାପଡ଼ା ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ଉପରେ ୭ ଫୁଟ ଉଚ୍ଚଥାରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଲୋକମାନେ ଡଙ୍ଗା ସାହାଯ୍ୟରେ ଗମନାଗମନ କରୁଛନ୍ତି ।
ସେପଟେ, ବ୍ରାହ୍ମଣୀ ନଦୀ ଜଳ ସ୍ତର ବିପଦ ସୀମା ଟପିବା ଆରମ୍ଭ କଲାଣି ।