Breaking: ଧନୀ ହେବ ଓଡ଼ିଶା… ୨ ଜିଲ୍ଲାରେ ସୁନା ଖଣି କାର୍ଯ୍ୟ ଖୁବଶୀଘ୍ର ହେବ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ୨ ଜିଲ୍ଲାରେ ସୁନା ଖଣି ମିଳିଥିବା ଗୃହରେ ଖଣିମନ୍ତ୍ରୀ ଦେଲେ ସୂଚନା ।

ଦେବଗଡ଼ ଏବଂ କେନ୍ଦୁଝରରେ ସୁନା ଖଣିଥିବା ସନ୍ଧାନ କରାଯାଇଛି ।

ଅନୁସନ୍ଧାନ କାର୍ଯ୍ୟ ସରିଛି, ଚୂଡ଼ାନ୍ତ ରିପୋର୍ଟ ପାଇଁ ସମୟ ଲାଗିବ । ଫାଇନାଲ ରିପୋର୍ଟ ଆସିବା ପରେ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

ସୁନା ଖଣି କାମ ଆରମ୍ଭ ହେଲେ ଓଡ଼ିଶାରେ ପୁଞ୍ଜିନିବେଶ ବଢ଼ିବା ସହ ନିଯୁକ୍ତି ସୁବିଧା ଉପଲବ୍ଧ ହେବ ।