ବିବାହିତ ହୋଇ ବି ଚାଲିଥିଲା ପରକୀୟାପ୍ରିତି, ପ୍ରେମ ପାଇଁ ହାରିଦେଲେ ଜୀବନ

ଭୁବନେଶ୍ବର: କୁହାଯାଏ ପ୍ରେମ କେତେବେଳେ କାହା ସହିତ ହୁଏ ତାହା କାହାକୁ ବି ଜଣାନଥାଏ । ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପରକୀୟୀପ୍ରିତି ପାଇଁ ପ୍ରେମୀଯୁଗଳ ନିଜ ଜୀବନ ଦେଇଦେଇଛନ୍ତି । ରାସ୍ତା କଡ଼ରେ ଥିବା ଏକ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଲାରିଗଡ଼ ନିଷ୍ଟିପୁର ନିକଟରୁ ପୋଲିସ ଦୁହିଁଙ୍କର ମୃତଦେହ ଜବତ କରିଛି । ମୃତ ଯୁବକଜଣକ ପାଟପୁର ଥାନା ରାଧାଦେଈପୁର ଗ୍ରାମର ରାଜେନ୍ଦ୍ର ସାହୁ ।

ସୂଚନାଅନୁସାରେ, ଦୁହେଁ ବିବାହିତ ରହିଥିଲେ ।  ମହିଳାଜଣଙ୍କର ୩ ଝିଅ ଥିବା ବେଳେ ରାଜେନ୍ଦ୍ରଙ୍କର ୩ ପୁଅ ଅଛନ୍ତି । ବିବାହିତ ହେବା ପରେ ଉଭୟଙ୍କର ପରକୀୟାପ୍ରିତି ଆରମ୍ଭ ହୋଇଥିଲା । ଦୁହେଁ ଦୀର୍ଘ ବର୍ଷ ହେବ ପ୍ରେମରେ ପଡି ରହିଥିଲେ । ୧୦ ଦିନ ହେବ ଉଭୟ ଘର ଛାଡି ଫେରାର ହୋଇଯାଇଥିଲେ । ଏହାପରେ ଆଜି ଉଭୟଙ୍କ ମୃତଦେହ ପାହାଡ଼ ନିକଟ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏନେଇ ପାଟପୁର ଥାନାରେ ଅଭିଯୋଗ ହୋଇଥିଲା ସଦର ଥାନା ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି । ପରିବାର ଲୋକେ ଉପସ୍ଥିତ ରହିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।