fbpx

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ପରେ ଉପକୃତ ଏତିକି ଲକ୍ଷ ଗରିବ ପରିବାର

ପୁରୀ: ଜିଲାର ପ୍ରାୟ ୪ ଲକ୍ଷ ଗରିବ ପରିବାରକୁ ବକେୟା ଦୁଇ ମାସର ଗହମ ମିଳିବ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସେମାନଙ୍କୁ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସର ଗହମ ଯୋଗାଇ ଦିଆଯିବ। ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଙ୍କ ନିର୍ଦ୍ଦେଶକୁ ଭିତ୍ତି କରି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ ଜଟଣୀ ଗୋଦାମ ପରିବର୍ତ୍ତେ କଟକ ଗୋଦାମରୁ ଗହମ ଉଠାଇବା ପାଇଁ ପୁରୀ ଜିଲା ଯୋଗାଣ ବିଭାଗକୁ ଅନୁମତି ମିଳିଛି। ଭାରତୀୟ ଖାଦ୍ୟ ନିଗମ ଏଥିପାଇଁ ସହମତି ପ୍ରଦାନ କରିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗତ ମାସ ଧରି ଚାଲିଥିବା ବିବାଦର ସମାଧାନ ପରେ ଜିଲାର ଲକ୍ଷାଧ୍ୟକ ଲୋକେ ଉପକୃତ ହୋଇପାରିବେ।

ତେବେ ବକେୟା ମାସର ୫୦ % ଗହମ ଓ ୫୦ % ଚାଉଳ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଜଟଣୀ ଗୋଦାମରୁ ଗହମ ଆଣିବା ବେଳେ କେତେଜଣ ଟ୍ରକ୍ ମାଲିକ ବାଧା ସୃଷ୍ଟି କରୁଥିବାରୁ କଟକ ଗୋଦାମରୁ ଗହଣ ଆଣିବା ପାଇଁ ପୁରୀ ଜିଲାପାଳ ସମର୍ଥ ବର୍ମା ରାଜ୍ୟ ଯୋଗାଣ ବିଭାଗକୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର ଭାରତୀୟ ଖାଦ୍ୟ ନିଗମକୁ ଚିଠି ଲେଖି ଏହାର ସୁପାରିସ କରିଥିଲେ ତେବେ ଗହମ ଜଟଣୀ ଗୋଦାମରେ ପହଞ୍ଚି ସାରିଥିବାରୁ କଟକ ନିଗମରୁ ଗହମ ଉଠାଣ ନିମନ୍ତେ ଖାଦ୍ୟ ନିଗମ ଅନୁମତି ଦେଉ ନ ଥିଲେ। ଏଭଳି ସମସ୍ୟା ସମ୍ପର୍କରେ ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ ଜାତୀୟ ମାନବାଧୀକାର କମିଶନଙ୍କ ନିକଟରେ ଅଭିଯୋଗ ନିଗମ ଓ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ପୁରୀ ଜିଲାର ୪ ଲକ୍ଷ ପରିବାର ସମସ୍ୟା ଭିତରେ କରୁଥିବା କମିଶନ ନିକଟରେ ଅଭିଯୋଗ କରାଯାଇଥିଲା।

କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ୮ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଭାରତୀୟ ଖାଦ୍ୟ ନିଗମ ଅଧ୍ୟାକାରୀଙ୍କ ଅବହେଳା ବିରୋଧରେ ପୁରୀ ବିକାଶ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଖାଉଟି ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା। ଗତ ୧୭ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ଗହମ ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏହି ଦୁଇ ମାସର ୨୨୭୯ ମେଟ୍ରିକ୍ ଟନ୍ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୬୪୧ ମେଟ୍ରିକ୍ ଟନ୍‌ ଗହମ ଉଠାଣ ପାଇଁ ଖାଦ୍ୟ ନିଗମ ଅନୁମତି ଦେଇଛି।

Get real time updates directly on you device, subscribe now.