Breaking: ହତ୍ୟା ପରେ ଗାଁ ଭିତରେ ଫୋପାଡ଼ିଦେଲେ ୨ ଯୁବକଙ୍କ ମୃତଦେହ, ଝାଡଖଣ୍ଡରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ

ବିଜାପୁର: ଛତିଶଗଡ଼ ବିଜାପୁୁରରେ ୨ ଯୁବକଙ୍କୁ ନିର୍ମଣ ଭାବେ ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ବର୍ବର କାଣ୍ଡ ଭିଆଇଥିବା ସନ୍ଦେହ ।

ବାସାଗୁଡ଼ା, ବଡାଗାଚେରୁ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକମାନେ ହେଲେ ମୁନ୍ନା ମାଡଭି ଏବଂ ରାଜୁ କରାମ । ସେମାନଙ୍କ ମୃତଦେହକୁ ଗାଁରେ ଫୋପାଡ଼ି ଦେଇ ଚାଲିଯାଇଛନ୍ତି ମାଓବାଦୀ ।

ଅନ୍ୟପଟେ ଝାଡଖଣ୍ଡ ଗଡ଼ଚିରୋଲିରେ ମାଓବାଦୀଙ୍କ ଆତ୍ମସମର୍ପଣ । ମାଓବାଦୀ ବାଲାନ୍ନା ଏବଂ ବନୀତା ଆତ୍ମସମର୍ପଣ କରିଥିବା ସୂଚନା । ଦୁହିଁଙ୍କ ନାଁରେ ଥିଲା ୨୮ ଲକ୍ଷର ପୁରସ୍କାର ।
ଉଭୟ ମାଓ ଟିମରେ ଟେକନିକାଲ ସଦସ୍ୟ ଥିଲେ ।