ସେନାକୁ ମିଳିଲା ବଡ ସଫଳତା: ଟଳିଲେ ଆଉ ୨ ଆତଙ୍କୀ

ନୂଆଦିଲ୍ଲୀ: ନିହତ ହୋଇଛନ୍ତି ଦୁଇ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ଆତଙ୍କୀ । ଜମ୍ମୁ କାଶ୍ମୀର ଶୋପିଆନରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟରରେ ହୋଇଥିବା ବେଳେ ଦୁଇ ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ପକ୍ଷରୁଏହି ଗୁଳିବିନିମୟ ଜାରି ରହିଥିବା ବେଳେ, ସୁରକ୍ଷାକର୍ମୀଙ୍କ ଗୁଳିରେ ଏମାନଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ତେବେ ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଆଜି ଚୌଗାମରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି ବୋଲି କାଶ୍ମୀରର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଗ୍ରେନେଡ ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଆଉ ଜଣେ ଆତଙ୍କୀ କିଛି ଦିନ ପୂର୍ବରୁ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା ବୋଲି କୁହାଯାଇଛି ।ସୂଚନାଯୋଗ୍ୟ, ଗତକାଲି ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ପୁଲିସ ଇନ୍ସପେକ୍ଟର ଏବଂ ବିଜେପି କର୍ମୀ ଏବଂ ଅନ୍ୟମାନଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଜିଲ୍ଲାର ଅରୱାନୀ ଅଞ୍ଚଳର ମୁମାନହଲ ଗାଁ ରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।