fbpx

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍

ସମ୍ବଲପୁର, ୨୯/୮(ଓଡିଶା ଭାସ୍କର): ପୁଣି ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍‌ ଖୋଲା ଯାଇଛି। ଏହାସହ ବର୍ତ୍ତମାନ ମୋଟ୍‌ ୪୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡଳିରେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ମୁଣ୍ଡଳି ଦେଇ ୯ ଲକ୍ଷ ୧୦ ହଜାର ୮୨୫ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ନରାଜ ଦେଇ ୪ ଲକ୍ଷ ୪୮ ହଜାର ୭୩୪ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ଯୋବ୍ରା ଦେଇ ୪ ଲକ୍ଷ ୨୩ ହଜାର ୫୧୪ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସୂଚନା ମିିଳିଛି।

Get real time updates directly on you device, subscribe now.