fbpx

ଏଥର ସାବାଡ଼ ହେବେ ଅପରାଧୀ, ଚୋରି ଡକାୟତି ଲୋପ କରିବା ପାଇଁ ଭୁବନେଶ୍ୱରରେ ଲୋକାର୍ପିତ ହେଲା ଦୁଇଟି ନୂଆ ଥାନା

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଅନ୍ତର୍ଗତ ଚନ୍ଦକା ଓ ବାଲିଅନ୍ତା ଅଞ୍ଚଳରେ ନୂତନ ଥାନାଗୃହର ଶୁଭ ଉଦଘାଟନ ହେବା ସହ ଲୋକାର୍ପିତ ହୋଇଛି। ଏହି ଉତ୍ସବରେ ମାନ୍ୟବର ରାଜ୍ୟ ଗୃହମନ୍ତ୍ରୀ ଭୁବନେଶ୍ୱର ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଜଟଣୀ ବିଧାୟକ ଭୁବନେଶ୍ୱର ସୁରେଶ କୁମାର ରାଉତରାୟ, ଉତ୍ତର ଭୁବନେଶ୍ବର ବିଧାୟକ ଭୁବନେଶ୍ୱର ସୁଶାନ୍ତ କୁମାର ରାଉତ, ଜୟଦେବ ବିଧାୟକ ଡଃ.ଅରବିନ୍ଦ ଢାଲି, ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓଡିଶା ପୁଲିସ ଗୃହ ନିର୍ମାଣ ବିଭାଗର ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିଶନର ଡଃ. ଉମାଶଙ୍କର ଦାଶ , ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ନୂତନ ଥାନା ଗୃହ ମାନଙ୍କରେ କାଉନ୍ସେଲିଂ, ଶିଶୁ ଡ଼େସ୍କ, ୱେଟିଙ୍ଗ ଲବି, କନଫରେନ୍ସ ହଲ , ଜିମନାସିଅମ, ବାରାକ ଇତ୍ୟାଦି ସୁବିଧା ଥିବା ସହ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ନିମନ୍ତେ ସମସ୍ତ ସୁବିଧା ସୁଯୋଗର ବନ୍ଦୋବସ୍ତ କରାଯାଇଅଛି ।

ପ୍ରକାଶଯୋଗ୍ୟ , ରାଜ୍ୟ ଯୋଜନା- ୨୦୧୯-୨୦ ଅନୁଯାୟୀ ରାଜ୍ୟ ପୁଲିସ ଗୃହ ନିର୍ମାଣ ସଂସ୍ଥା ଦ୍ବାରା ଚନ୍ଦକାର ନୂତନ ଥାନାର କାର୍ଯ୍ୟ ତା.୦୮.୦୬.୨୦୨୦ ରିଖ ଠାରୁ ଆରମ୍ଭ ହୋଇ ତା.୩୧.୦୫.୨୦୨୨ ରିଖରେ ଶେଷ ହୋଇଥିଲା। ସେହିପରି ବାଲିଅନ୍ତାରେ ନିର୍ମିତ ନୂତନ ଥାନାର କାର୍ଯ୍ୟ ତା.୨୫.୦୮.୨୦୨୦ ରିଖରୁ ଆରମ୍ଭ ହୋଇ ତା.୦୭.୦୭.୨୦୨୨ ରିଖରେ ଶେଷ ହୋଇଥିଲା। ଉଭୟ ଥାନାର ପରିସୀମା ୧୨୭୨୯ ବର୍ଗ ଫୁଟ ଅଟେ ।

Get real time updates directly on you device, subscribe now.