ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ଭାସିଗଲେ, ୨ ଛାତ୍ରଙ୍କ ମୃତ୍ୟୁ

କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ରାଜ୍ୟରେ ସରସ୍ୱତୀ ପୂଜା ଫେବୃଆରୀ ୨ ତାରିଖରେ ଖୁବ ଧୁମଧାମର ସହ ପାଳନ କରାଯାଇଛି। ଏହାପରେ ମୂର୍ତ୍ତି ବିସର୍ଜନ ହୋଇଛି। ତେବେ ଏହି ମୂର୍ତ୍ତି ବିସର୍ଜନ ବେଳେ ଏକ ବଡ଼ ଅଘଟଣ ଘଟିଛି, ଯେଉଁଥିରେ ୨ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ବାଲିଅନ୍ତା ଥାନା ରଙ୍ଗବଜାରରେ ମୂର୍ତ୍ତି ବିସର୍ଜନ ସମୟରେ ଏକ ବଡ଼ ଅଘଟଣ ଘଟିଛି। ଟ୍ୟୁସନ ସାରଙ୍କ ସହ ସରସ୍ୱତୀ ମୂର୍ତ୍ତି ବିସର୍ଜନ ପାଇଁ ୨ ଛାତ୍ର କୁଆଖାଇ ନଦୀକୁ ଯାଇଥିଲେ। ଏହି ସମୟରେ ଦୁଇ ଛାତ୍ର ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି।