ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ କ୍ରୋଧର ନିଆଁରେ ଜଳୁଛି ସାରା ଭାରତ। ତେବେ ବର୍ତ୍ତମାନ ଜମ୍ମୁ-କାଶ୍ମୀର କୁଲଗାମ ପୋଲିସ ଦ୍ୱାରା ୨ ଜଣ ଆତଙ୍କବାଦୀ ସହାୟକ ଗିରଫ ହୋଇଛନ୍ତି।
ସୂଚନାନୁଯାୟୀ, ଆର୍ମି ଓ ସିଆରପିଏଫ ସହଯୋଗରେ ପୋଲିସ ଏହି ୨ ଆତଙ୍କୀ ସାହାୟକଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୨ଟି ପିସ୍ତଲ, ୨୫ ରାଉଣ୍ଡ ଗୁଳି, ୨ ପିସ୍ତଲ ମାଗାଜିନ୍ ଜବତ ହୋଇଥିବା ଜଣାପଡିଛି।
ଆଜି ଏହି ମାମଲାରେ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ଆର୍ମି, ସିଆରପିଏଫ ସହଯୋଗରେ ଅନନ୍ତନାଗ ପୋଲିସ ଏମାନଙ୍କୁ ଅଟକ ରଖିଛି। ଅନନ୍ତନାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଅଟକ ରଖାଯାଇଛି।
ଆତଙ୍କୀଙ୍କୁ ସହଯୋଗ ଯୋଗାଇବା ଅଭିଯୋଗରେ ଅଟକ ରଖାଯାଇଛି। ଦିନ, ରାତି ସବୁ ବେଳେ ଚାଲିଛି ଯାଞ୍ଚ। ଏହି ଯାଞ୍ଚ ସମୟରେ ଆହୁରି ସଂଖ୍ୟା ବଢିବ ବୋଲି ସମ୍ଭାବନା ରହିଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଛି।