fbpx

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କ ବାଦୀ

ନୂଆଦିଲ୍ଲୀ: ଦଶେରେ ଦିନକୁ ଦିନ ଆତଙ୍କବାଦୀ ଆକ୍ରମଣ ବଢିବାର ଲାଗିଛି । ଏହାରି ମଧ୍ୟରେ ଆଜି ଜାମ୍ମୁ କାଶ୍ମୀରର ନୌଗାମରେ ସୁରକ୍ଷାକର୍ମୀ ପକ୍ଷରୁ ଆତଙ୍କବାଦିଙ୍କୁ ଏନକାଉଣ୍ଟର କରାଯାଇଛି । ଫଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

ଏହି ଏନକାଉଣ୍ଟର ରେ ୨ ଆତଙ୍କବାଦୀଙ୍କ ଟଳି ପଡିଥିବାବେଳେ, ତାଙ୍କ ନିକଟରୁ ଏକେ ରାଇଫଲ, ୨ଟି ପିସ୍ତଲ ଏବଂ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାମ୍ମୁ କାଶ୍ମୀରର ନୌଗାମରେ ଚାଲିଥିଲା ସର୍ଚ୍ଚ ଅପରେସନ । ଯାହା ବର୍ତ୍ତମାନ ଶେଷ ହୋଇଛି ।

ଦେଶରେ ବଢିବାର ଲାଗିଛି ଏହି ଆତଙ୍କବାଦି ଆକ୍ରମଣ । ଅନକେ ସମୟରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦଙ୍କ ମଧ୍ୟରେ ଗୁଳିବିନିମୟ ଚାଲୁଛି । ଯାହାଫଳରେ କେତେବେଳଏ ଆତଙ୍ଗ ବାଦୀ ଯବାନଙ୍କ ଗୁଳିରେ ଟଳି ପଡୁଛନ୍ତି ତ ଆଉ କେତେବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ଦେଶର ଯବାନ ସହିଦ ହେଉଛନ୍ତି ।

Get real time updates directly on you device, subscribe now.