ଭଦ୍ରକ: ଗେଲପୁରରେ ପୋଲରୁ ଖସିଲା ଦୁଇଟି ଟ୍ରକ୍। ଏହି ଦୁଇଟି ଟ୍ରକ୍ ତଳକୁ ଖସିବାରୁ ୩ ଜଣ ଗୁରୁତର ଅଛନ୍ତି। ଏହି ତିନିଜଣ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ୧୬ ନଂ ଏନଏଚ୍ ଆରଡି ଛକ ନିକଟରେ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି।
୧୬ ନଂ ଏନଏଚ ଗେଲପୁର ନିକଟରେ ଟ୍ରକ୍କୁ ପଛରୁ ପିଟିଲା ଅଉ ଏକ ଟ୍ରକ୍। ଏହାପରେ ଦୁଇ ଟ୍ରକ୍ ବ୍ରିଜ ତଳକୁ ଖସି ପଡିଲା। ଏଥିରେ ଡ୍ରାଇଭର ସହ ଜଣେ ହେଲ୍ପର ଗୁରୁତର ଅଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି।