fbpx

ଘର ମରାମତି ବେଳେ ଭୁଶୁଡ଼ିଲା କାନ୍ଥ: ୨ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ତେଲକୋଇ ଥାନା ଅଧୀନ ଗୋଲାବନ୍ଧ ଗ୍ରାମରେ କାନ୍ଥ ପଡି ଦୁଇବର୍ଷ ଶିଶୁ ପୁତ୍ରର ମୃତ୍ୟୁ । ମୃତ ଶିଶୁ ଜଣକ ଗୋଲାବନ୍ଧ ଗ୍ରାମର ଶୁଦ୍ର ମହାକୁଡ଼ଙ୍କ ୨ ବର୍ଷ ର ପୁଅ ସୌରଭ ମହାକୁଡ଼ (ଗୁଡ଼ୁ ) । ଆଜି ସକାଳେ ଶୁଦ୍ର ପୁରୁଣା ଘରର ଆଜବେଷ୍ଟ ମରାମତି କରୁଥିଲେ, ପୁଅ ଗୁଡ଼ୁ ଆଇ ହେମ ମହାକୁଡ଼ଙ୍କ ସହିତ ବାହାରେ ଥିଲେ, ତେବେ ଗୁଡ଼ୁ ଘରକୁ ଦୌଡ଼ି ଯାଉଥିଲା ବେଳେ ହଠାତ ମରାମତି କରାଯାଉଥିବା କାନ୍ଥଟି ଗୁଡ଼ୁ ଉପରେ ପଡିଯାଇଥିଲା । ସଙ୍ଗେ ସଙ୍ଗେ ଶିଶୁକୁ ଉଦ୍ଧାର କାରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଡାକ୍ତର ସେଠାରେ ଶିଶୁ କୁ ମୃତ ଘୋଷଣା କରିଥିଲେ, ଏହି ଘଟଣାକୁ ନେଇ ପୁରା ଗାଁ ରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.