fbpx

ବନ୍ଧୁକ ମୁନରେ ୟୁକୋ ବ୍ୟାଙ୍କରୁ ୨୦ ଲକ୍ଷ ଲୁଟ୍

ବାଲେଶ୍ୱର,୧୩ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ଭୋଗରାଇ ବଜାରରେ ଆଜି ଦିନ ଦ୍ୱିପ୍ରହରରେ ଲୁଟ୍ ହୋଇଛି। ବନ୍ଧୁକ ମୁନରେ ୟୁକେ ବ୍ୟାଙ୍କରୁ ଲୁଟି ନେଇଛନ୍ତି ୨୦ ଲକ୍ଷ ଟଙ୍କା । ତେବେ ଭୋଗରାଇ ବ୍ଲକ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ୬ ଜଣ ଯୁବକ ବ୍ୟାଙ୍କ ମଧ୍ୟକୁ ଗ୍ରାହକ ସାଜି ପଶିଥିଲେ। ଏହାପରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ଲୁଟି ନେଲେ। ଏହାପରେ ଆଖି ପିଛୁଳାକେ ୨ଟି ବାଇକରେ ଚମ୍ପଟ୍ ମାରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.