fbpx

୨୦ଲିଟର ଦେଶୀ ମଦ ଜବତ, ୨ ଜଣ ବେପାରୀ ଗିରଫ

ବାଲିଅନ୍ତା (ଭାସ୍କର ନ୍ୟୁଜ): ବାଲିଅନ୍ତା ଥାନା ଅଧୀନରେ ଥିବା କେତେକ ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବା ବେଳେ ବାଲିଅନ୍ତା ପୋଲିସକୁ ଆଉ ଏକ ସଫଳତା ମିଳିଛି । ୨୦ଲିଟର ଦେଶୀ ମଦ ସହିତ ୨ ଜଣକୁ ଗିରଫ କରିଛି ପୋଲିସ । ସୂଚନାନୁସାରେ, କଟକ ଜିଲ୍ଲାର ସନ୍ତୋଷ ବେହେରା (୩୫) ଓ ପାହାଳ ଅଞ୍ଚଳର ମଙ୍ଗୁ ସାମଲ (୪୦) ଏକ ସ୍କୁଟିରେ ଦେଶୀ ମଦ ନେଇ ଯାଉଥିବା ବେଳେ ପୋଲିସ ଉଭୟଙ୍କୁ ବାଲିଅନ୍ତା ବଜାର ନିକଟରେ କାବୁ କରିଥିଲା । ପୋଲିସ ସେମାନଙ୍କ ନିକଟରୁ ୨୦ଲିଟର ଦେଶୀ ମଦ ଓ ଏକ ସ୍କୁଟି ଜବତ କରିଛି । ବାଲିଅନ୍ତା ପୋଲିସ କେସ ନଂ ୨୭୮/୨୧ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହି ଭଳି ଦେଶୀ ଓ ଚୋରା ମଦ କାରବାର ବଢିବାର ସମ୍ଭାବନା ରହିଥିବା ବେଳେ ପୋଲିସ ପାଇଁ ଏହା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Get real time updates directly on you device, subscribe now.