fbpx

ରାଜଧାନୀରେ ବଡ଼ ଅଘଟଣ: ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨୦ ମହିଳା ପୋଲିସ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କାର୍ଯ୍ୟ ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜଧାନୀ ଭୁବନେଶ୍ୱର ଘଟିଯାଇଛି ଏକ ବଡ଼ ଅଘଟଣ । ବାଣୀବିହାର ସତସଙ୍ଗ ପାର୍କ ସମ୍ମୁଖରେ ଏକ ବସ ଦୁର୍ଗଟଣାଗ୍ରସ୍ତ ହୋଇଛି । ପୋଲିସ ଗାଡ଼ି ନିର୍ବାଚନ ଡ୍ୟୁଟିକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ୨୦ ଜଣ ମହିଳା ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଅହତଙ୍କୁ କ୍ୟାପିଟାଲ ଭର୍ତ୍ତିରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଗାଡ଼ିଟି ବଲାଙ୍ଗିରରୁ କେନ୍ଦ୍ରାପଡ଼ ଅଭିମୂଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ବସରେ ପାଖାପାଖି ୩୫ ଜଣ ମହିଳା କନଷ୍ଟେବଳ ଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଜୁନ ୧ରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ୪ରେ ରେଜଲ୍ଟ ପ୍ରକାଶ ପାଇବ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଟିକେଟ କଟିବା ପରେ ଅନ୍ୟ ଦଳରେ ସାମିଲ ହୋଇଥିବା ନେତାମାନେ ଓ ସ୍ୱାଧୀନ ଭାବେ ଲଢ଼ୁଥିବା ନେତାମାନେ ପ୍ରମୁଖ ଦଳମାନଙ୍କର ଚିନ୍ତା ବଢ଼ାଇଛନ୍ତି । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ବ୍ୟବସ୍ଥା କରିଛନ୍ତି ।

Get real time updates directly on you device, subscribe now.