fbpx

ଦୀର୍ଘ ୯୪ ବର୍ଷର ଇତିହାସରେ ପ୍ରଥମ; ବିନା makeup ରେ ଫାଇନାଲ ରେ ପ୍ରବେଶ କରିଲେ ସୁନ୍ଦରୀ ଯୁବତୀ

ସୁନ୍ଦରୀ ପ୍ରତିଯୋଗିତା ଏବଂ ମେକଅପ୍ ପରସ୍ପର ପରିପୂରକ । କାରଣ ହେଲା ଏଭଳି ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କ ଉପରେ ସୁନ୍ଦର ଦିଶିବା ଲାଗି ଅନେକ ଚାପ ଥାଏ । ତେଣୁ ସେମାନେ କିପରି ସୁନ୍ଦର ଦିସିବେ ତାହା ଉପରେ ହିଁ ଫୋକ୍ସ କରନ୍ତି। ତେଣୁ ସେମାନେ ମେକଅପ୍‌ର ପ୍ରଲେପ ନେଉଥିବା ଦେଖାଯାଏ । ଏଭଳିକ୍ଷେତ୍ରରେ ଇତିହାସ ରଚନା କରିଛନ୍ତି ଲଣ୍ଡନର ଜଣେ ୨୦ ବର୍ଷୀୟ ଯୁବତୀ ମେଲିସା ରୌଫ୍ । ବିନା ମେକଅପ୍‌ରେ ଚଳିତବର୍ଷର ମିସ୍ ଇଂଲଣ୍ଡ ପ୍ରତିଯୋଗିତାରେ ଭାଗ ନେଇ ମେଲିସା ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଛନ୍ତି । ପ୍ରତିଯୋଗି ତାର ୯୪ ବର୍ଷର ଇତିହାସରେ କେହି ପ୍ରତିଯୋଗୀ ବିନା ମେକଅପ୍‌ରେ ଭାଗ ନେବାର ଏହା ହେଉଛି ପ୍ରଥମ ଘଟଣା । ଯଦିଓ ୨୦୧୯ ମସିହାରେ ପ୍ରତିଯୋଗିତାରେ ଏକ ବିନା ମେକଅପ୍ ରାଉଣ୍ଡ ଆରମ୍ଭ କରାଯାଇଥିଲା ତେବେ ଅଦ୍ୟାବଧି କୌଣସି ପ୍ରତିଯୋଗୀ ସେଭଳି ଲୁକ୍‌ରେ ଆସିନଥିଲେ ।

ଏ ସଂପର୍କରେ ରାଜନୀତି ବିଜ୍ଞାନର ଛାତ୍ରୀ ମେଲିସା କହିଛନ୍ତି , ମହିଳାମାନଙ୍କର ଅନ୍ତର୍ନିହିତ ସୌନ୍ଦର୍ଯ୍ୟର ପ୍ରଚାରପ୍ରସାର କରିବା ମୋର ଲକ୍ଷ୍ୟ । ମୁଁ ଭାବେ ବିଭିନ୍ନ ବୟସର ଝିଅ ତଥା ମହିଳାମାନେ କେବଳ ଚାପଗ୍ରସ୍ତ ହୋଇ ମେକଅପ୍ ନେଇଥାନ୍ତି । ଯଦି ଜଣେ ନିଜର ଚେହେରାକୁ ନେଇ ଖୁସି ଅଛନ୍ତି ତା ’ ହେଲେ ତାଙ୍କୁ ମେକଅପ୍ କରିବା ଲାଗି ବାଧ୍ୟ କରିବା କଥା ନୁହେଁ । ମହିଳାମାନେ ଈଶ୍ବର ପ୍ରଦତ୍ତ ଭାବେ ନିଜକୁ ଗ୍ରହଣ କରିପାରିଲେ ହିଁ ଖୁସି ରହିପାରିବେ । ସେହି ଖୁସି ମନୋଭାବ ସେମାନଙ୍କର ଚେହେରାରେ ପ୍ରତିଫଳିତ ହେବ । ବିଭିନ୍ନ ମିଡିଆରେ ବହୁଳ ଭାବେ ବିଜ୍ଞପିତ ପ୍ରସାଧନ ସାମଗ୍ରୀର ବହୁଳ ମେକଅପ୍ ଆସ୍ତରଣ କେବେହେଲେ କାହାକୁ ପ୍ରକୃତରେ ସୁନ୍ଦର ଦିଶିବାରେ ସହାୟକ ହୋଇନଥାଏ ବୋଲି ମୁଁ ମନେ କରେ । ସେଥିଲାଗି ମୁଁ ବିନା ମେକଅପ୍‌ରେ ମିସ୍ ଇଂଲଣ୍ଡ ପ୍ରତିଯୋଗିତାରେ ଭାଗ ନେଇଛି । ମେଲିସାଙ୍କର ଏହି ଆଭିମୁଖ୍ୟ ଅଗଷ୍ଟ ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ସେମି ଫାଇନାଲ୍ ରାଉଣ୍ଡରେ ବିଚାରପତିମାନଙ୍କୁ ମଧ୍ୟ ପ୍ରଭାବିତ କରିଥିଲା । ଆସନ୍ତା ଅକ୍ଟୋବର ୧୭ ତାରିଖରେ ଏହି ପ୍ରତିଯୋଗିତାର ଫାଇନାଲ୍ ରାଉଣ୍ଡ ଅନୁଷ୍ଠିତ ହେବ । ସେହି ସମୟରେ ମଧ୍ୟ ସେ ବିନା ମେକଅପ୍‌ରେ ଭାଗ ନେବେ ବୋଲି ମେଲିସା ପ୍ରକାଶ କରିଛନ୍ତି ।

ଆଉ ତାଙ୍କର ଏହି ବାର୍ତା ସହ ସେ ନିଜେ ବର୍ତ୍ତମାନ ଖୁବ ଭାଇରଲ ହେବାର ଲାଗିଛନ୍ତି । ଏଯାବତ ବିଜେତା କିଏ ତାହା ଘୋଷଣା ହେଇ ନଥିବା ବେଳେ ଏବେ ଠାରୁ ହିଁ ଚର୍ଚ୍ଚା ରେ ରହିଆସିଲେଣି ମେଲିସା ।

Get real time updates directly on you device, subscribe now.