fbpx

ମନଲୋଭା ଚେହେରା ସାଙ୍ଗକୁ ଅପୂର୍ବ ସୌନ୍ଦର୍ଯ୍ୟ… ରାମଲାଲାଙ୍କ ଭବ୍ୟ ମୂର୍ତ୍ତିର କ’ଣ ରହିଛି ବିଶେଷତ୍ୱ?

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହେବ । ଦେଶର କୋଟି କୋଟି ରାମଭକ୍ତ ଏହି ଅପୂର୍ବ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି । ତେବେ ଆଜି ରାମ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ହେବା ପରେ ବିଗ୍ରହଙ୍କ ପ୍ରଥମ ଫଟୋ ଦେଖିବାକୁ ମିଳିଛି । ଏହି ବିଗ୍ରହ ମୂର୍ତ୍ତିକୁ ଜାନୁୟାରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ । ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଏହାକୁ ନେଇ ଭକ୍ତଙ୍କ ଉତ୍ସାହ ଆହୁରି ବଢିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ରାମଲାଲାଙ୍କ ଏହି ଅପୂର୍ବ ମୂର୍ତ୍ତିରେ ଭରି ରହିଥିବା କିଛି ବିଶେଷତ୍ତ୍ୱ ।

– ଶ୍ୟମ ଶିଳାର ଆୟୁ ପ୍ରାୟ ୧ ହଜାର ବର୍ଷ ହୋଇଥିବା ବେଳେ ଏହା ଜଳରୋଧୀ

– ଚନ୍ଦନ, ରୋଲି ଇତ୍ୟାଦି ଲଗାଇଲେ ବଗ୍ରହଙ୍କର ଚମକ ବା ଉଜ୍ଜ୍ୱଳତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ

– ପାଦ ଆଙ୍ଗୁଳିରୁ ଲଲାଟ ପର୍ଯ୍ୟନ୍ତର ଉଚ୍ଚତା ୫୧ ଇଞ୍ଚ ରହିଛି

– ରାମଲାଲାଙ୍କ ଏହି ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୨୦୦ କେ.ଜି ରହିଛି ।

– ଶ୍ରୀରାମଙ୍କ ଏହି ମୂର୍ତ୍ତିର ଉପରି ଭାଗରେ ମୁକୁଟ ଏବଂ ଆଭାମଣ୍ଡଳ ମଧ୍ୟ ରହିଛି

– ପ୍ରଭୁ ଶ୍ରୀରାମଙ୍କ ଭୂଜ ପାଦ ପର୍ଯ୍ୟନ୍ତ ଲମ୍ବି ରହିଛି

– ମସ୍ତକରେ ସିନ୍ଦୂର ଶୋଭା ପାଉଛି ଏବଂ ବଡ଼ ବଡ଼ ଆଖି ସହ ଲଲାଟ ଶ୍ରୀରାମଙ୍କ ସୁନ୍ଦରତାକୁ ଭବ୍ୟ ରୂପ ଦେଇଛି

– ପଦ୍ମ ଉପରେଧନୁ-ଶର ଧରି ଠିଆ ହୋଇ ରହିଛନ୍ତି ପ୍ରଭୁ ଶ୍ରୀରାମ

– ଏହି ମୂର୍ତ୍ତିରେ ଭରି ରହିଛି ୫ ବର୍ଷ କୋମଳ ବାଳକର କୋମଳତା

ଶ୍ୟାମ ଶୀଲା କେତେ ସୁନ୍ଦର ଭାବରେ ଆବିର୍ଭୂତ ହୋଇ ରହିଛି । ଶ୍ରୀ ରାମଲାଲାଙ୍କୁ ଗର୍ଭଗୃହରେ ସ୍ଥାପନ କରିବା ପୂର୍ବରୁ ଅନେକ ରୀତିନୀତି ଏବଂ ପୂଜା କରାଯାଇଥିଲା। କାଶୀରୁ ଆସିଥିବା  ୧୨୧ ଆଚାର୍ୟ୍ୟ ପଣ୍ଡିତମାନେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସମାପ୍ତ କରିଥିଲେ। ୨୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ରାମଲାଲା ମୂର୍ତ୍ତିର ଜଳାଭିଷେକ କରାଯାଇଥିଲା ଏବଂ ଭଗବାନ ଶ୍ରୀ ରାମଙ୍କ ପ୍ରତିମା ସ୍ଥାପନ କରା ଯାଇଥିଲା।

ସର୍ବପ୍ରଥମେ ପ୍ରଭୁ ଶ୍ରୀରାମଙ୍କୁ ଆଇନା ଦେଖାଯାଇ ନିଜ ମୁଖକୁ ଦର୍ଶନ କରିବେ । ଏହି ସମୟରେ ପ୍ରଭୁଙ୍କ ବିଗ୍ରହରୁ ପଟି ହଟାଇ ଦିଆଯିବ । ଏହି ସମୟରେ ଗର୍ଭଗୃହରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୫ ଜଣ ବ୍ୟକ୍ତି ଉପସ୍ଥିତ ରହିବେ ।

Get real time updates directly on you device, subscribe now.