fbpx
BSKY
BJD YOUTH SKY
BJD MS SKY

ଖାଦ୍ୟକୁ କେବଳ ଖାଇଲେ ସବୁ ସମସ୍ୟା ଦୂର ହୋଇଯିବନି: କେଉଁ ପ୍ରଣାଳୀରେ ଖାଇଲେ ଶରୀରକୁ ଅଧିକ ଶକ୍ତି ମିଳିବ, ତାହା ଜାଣିବା ଆବଶ୍ୟକ

ଆମକୁ ସୁସ୍ଥ ରହିବାକୁ ହେଲେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ପଡ଼ିଥାଏ । ସାଧାରଣ ଭାବେ ଖାଦ୍ୟ ତ ସମସ୍ତେ ଖାଇଥାନ୍ତି ମାତ୍ର ତାକୁ ସଠିକ୍ ଢଙ୍ଗରେ ଖାଇଲେ ଆମକୁ ଅଧିକ ଫାଇଦା ମିଳିଥାଏ । ଖାଦ୍ୟକୁ କିପରି ଖାଇଲେ ଶରୀରକୁ ଅଧିକ ଶକ୍ତି ମିଳିପାରିବ ତାହା ଆମେ ସମସ୍ତେ ଜାଣିବା ନିହାତି ଆବଶ୍ୟକ । ଅନେକଙ୍କ ମନରେ ଏହି ପ୍ରଶ୍ନ ଉଙ୍କିମାରୁଥାଏ ଯେ, ପରିବାକୁ କିପରି ଖାଇଲେ ତାହା ଆମ ଶରୀର ପାଇଁ ଅଧିକ ଶ୍ରେୟସ୍କର ହେବ । ପସନ୍ଦ ଅନୁଯାୟୀ ଏହାକୁ ରାନ୍ଧି କରି, ସାଲାଡ୍, ଜୁସ୍ କରି ଲୋକମାନେ ଖାଇଥାନ୍ତି ।

ସବୁଜ ପନିପରିବା ଫାଇବରର ଏକ ମୁଖ୍ୟ ସ୍ରୋତ । ଏହାଛଡ଼ା ଏଥିରେ ପର୍ଯ୍ୟାୟ ମାତ୍ରାରେ ଦ୍ରବୀଭୂତ ଭିଟାମିନ୍ ମଧ୍ୟ ରହିଛି । ଖାଦ୍ୟକୁ ରାନ୍ଧିବା ସମୟରେ ଏହାର ଭିଟାମିନ୍ ଅଂଶ କମ୍ ହୋଇଯାଏ । ସାଲାଡ୍ କରିବା ସମୟରେ ସବୁ ପରିବାକୁ ଏକତ୍ର କରିବା, କାଟିବା, ତା’ପରେ ଖାଇବା ଏହି ପ୍ରକ୍ରିୟାରେ ଏହାର ପୋଷକ ତତ୍ତ୍ୱ କମ୍ ହୋଇଯାଇଥାଏ ।

ପରିବା ଜୁସ୍ ପିଇବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ପେଟ ଭିତରେ ଅମ୍ଲୀୟ ପରିବେଶରେ ମଧ୍ୟ ରହିପାରିଥାଏ । ଅପରପକ୍ଷେ ସାଲାଡ ଓ ଖାଦ୍ୟ ଚୋବାଇ ଖାଇଲେ ଏପରି ହୋଇନଥାଏ । ଜୁସ୍ ପିଇବା ଦ୍ୱାରା ପାଚନ ଯନ୍ତ୍ର ଉପରେ କମ୍ ଚାପ ପଡ଼ିଥାଏ । ପରିବା ଜୁସ୍ ଶରୀର ମଧ୍ୟକୁ ଶୀଘ୍ର ପହଞ୍ଚି ପାରୁଥିବାରୁ ଏହା ଆଣ୍ଟିଅକ୍ଟିଡେଣ୍ଟ ପରି କାମ କରିଥାଏ । ଜୁସ୍ ପିଇବା ଦ୍ୱାରା ଆପଣଙ୍କ ଶରୀରର ଓଜନ ବୃଦ୍ଧି ଘଟେ ନାହିଁ ।

ପରିବାକୁ ରାନ୍ଧିବା ଓ ସାଲାଡ୍ ତିଆରି କରିବାରେ ଅଧିକ ସମୟ ଲାଗିଥାଏ, ମାତ୍ର ଜୁସ୍ ସହଜରେ ହୋଇଯାଇଥାଏ । ପ୍ରତ୍ୟେକ ଦିନ ଏକ ଗ୍ଲାସ୍ ସବୁଜ ପରିବା ଜୁସ୍ ପିଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଚର୍ମ, କେଶ ପାଇଁ ଏହା ବରଦାନ ସଦୃଶ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟକୁ ଜୁସ୍ କରି ପିଇବା ଦ୍ୱାରା ଏହାର ଫାଇବର ଓ ଭିଟାମିନ୍ ଶରୀରରେ ପୂର୍ଣ୍ଣ ରୂପରେ ଓ ଶୀଘ୍ର ପହଞ୍ଚିଥାଏ । ଏହି ଜୁସ୍ ପିଇବା ଦ୍ୱାରା ଶରୀରରେ ପହଞ୍ଚୁଥିବା ମିନେରାଲ ପାଚନ ତନ୍ତ୍ରର କାର୍ଯ୍ୟ କ୍ଷମତା ବୃଦ୍ଧି କରିଥାଏ ।

Get real time updates directly on you device, subscribe now.