fbpx

ଜମ୍ମୁ-କାଶ୍ମୀରରେ ମୁତୟନ ହେବେ ଓଡିଶାର ୨୦୦୦ ବିଏସଏଫ ଯବାନ

ଓଡିଶା ଭାସ୍କର: ଭାରତମାତା ପାଇଁ ଲଢିବେ ଓଡିଶାର ସୈନିକ । ଓଡିଶାର ମାଲକାନଗିରି ଅଞ୍ଚଳରେ ମୁତୟନ ହୋଇଥିବା ପ୍ରାୟ ୨୦୦୦ ବିଏସଏଫ (BSF) ଯବାନଙ୍କୁ ଜମ୍ମୁ-କାଶ୍ମୀରରେ ମୁତୟନ କରାଯିବ । ସେଥିପାଇଁ ଭାରତୀୟ ସେନା ଏହି ନିଷ୍ପତ୍ତି ନେଇଛି । ଭାରତ ପାକ ସୀମାରେ ଅଧିକ ସୈନିକଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ଭାରତୀୟ ସେନା ଏଭଳି କରିଥିବା କୁହାଯାଉଛି । ଲଗାତାର ଭାବରେ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ହୋଇ ଚାଲୁଥିବାରୁ ଅଧିକ ଯବାନଙ୍କୁ ସେଠାରେ ମୁତୟନ କରିବାକୁ ଚାହିଁଛି ଭାରତୀୟ ସେନା ।

ତେବେ ପ୍ରାରମ୍ଭିକ ଭାବରେ ଜମ୍ମୁ-କାଶ୍ମୀରର ରିଆସି, କଠୁଆ ଓ କିଷ୍ଟୱାର ଅଞ୍ଚଳରେ ଏହି ଅତିରିକ୍ତ ଯବାନଙ୍କୁ ଦେଶର ସେବା କରିବା ପାଇଁ ନିୟୋଜିତ କରାଯିବ । ଜମ୍ମୁର କୁପୱାଡାରେ ଶନିବାର ଦିନ ଜଣେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାସହ ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସେପଟେ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.