fbpx

ଚୀନରେ ଭୟଙ୍କର ଭୂକମ୍ପ ଝଟକା: ୨୧ ଜଣଙ୍କର ମୃତ୍ୟୁ, ଅନେକ ଆହତ

Advertisement

ନୂଆଦିଲ୍ଲୀ: ଚୀନରେ ଏକ ଭୟଙ୍କର ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ଏଥିରେ ୨୧ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ସିଚୁଆନ ପ୍ରାନ୍ତରେ ୬.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଆଗକୁ ମୃତାହତ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । କରୋନା ସଂକ୍ରମଣ ମାମଲା ବୃଦ୍ଧି ଘଟିଥିବା ଲୁଣ୍ଡିଂ କାଉଣ୍ଟି ଭୂକମ୍ପର କେନ୍ଦ୍ରସ୍ଥଳୀ ବୋଲି କୁହାଯାଉଛି ।

ସୂଚନା ମୁତାବକ, ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଭୂକମ୍ପ ଝଟକା ଆସିଥିଲା । ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ ଘରଗୁଡ଼ିକ ଦୋହଲିବାରେ ଲାଗିଥିଲା । ଏହାପରେ ଲୋକମାନେ ବାହାରକୁ ଆସିଥିଲେ ଓ ଏଣେତେଣେ ଦୌଡ଼ିବା ମାହୋଲ ସୃଷ୍ଟି ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନେକ ସ୍ଥାନରେ ଏବେ ବି ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ । ଭୂକମ୍ପ ବାବଦରେ ଚୀନର ସୋସିଆଲ ମିଡ଼ିଆରେ ଭିଡିଓ ଶେୟାର କରାଯାଇଛି । ଚେଙ୍ଗଡ଼ୁରେ ଘରଗୁଡ଼ିକୁ ହଲୁଥିବା ଦେଖାଯାଉଥିଲା । ତେବେ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ରିପୋର୍ଟ ସାମ୍ନାକୁ ଆସିନାହିଁ । ଲୋକଙ୍କର ମୃତ୍ୟୁକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି ।

Get real time updates directly on you device, subscribe now.