fbpx

ଦୌଡ଼ ଚାଲିଥିବା ବେଳେ ହଠାତ୍ ମାଡ଼ିଆସିଲା ଭୟଙ୍କର ତୁଷାରପାତ ଓ ପବନ: ଅକାଳରେ ଚାଲିଗଲେ ୨୧ ଧାବକ

ବେଜିଂ: କାଳ ସାଜିଲା ଖରାପ ପାଗ । ୨୧ ଧାବକଙ୍କ ଜୀବନନ ଦୀପ ସବୁଦିନ ପାଇଁ ଲିଭିଗଲା । ଚାଇନାରେ ଆୟୋଜିତ ୧୦୦ କିମି କ୍ରସ କଣ୍ଟ୍ରି ମାଉଣ୍ଟେନ ରେସରେ ଏହି ସମସ୍ତ କ୍ରୀଡ଼ାବିତ ଭାଗ ନେଇଥିଲେ । ହେଲେ ହଠାତ୍ କୁଆପଥର ସାଙ୍ଗକୁ ପ୍ରବଳ ପବନ ମାଡ଼ି ଆସିଥିଲା । ଫଳରେ ଘଟଣାସ୍ଥଳରେ ୨୧ ଜଣ ଧାବକ ନିଜକୁ ବଞ୍ଚାଇ ପାରିଥିଲେ । ତେବେ କିଛି ଧାବକ ନିଖୋଜ ଥିବା ବେଳେ ଆଜି ଜଣକୁ ଉଦ୍ଧାର କରାଯାଇଛି । ଉଦ୍ଧାର ଧାବକଙ୍କ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ କାମ କରୁନଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବେସିନ ସହର ନିକଟରେ ଥିବା ଏକ ଉଚ୍ଚତମ ଜଙ୍ଗଲରେ ଏହି ରେସ୍ ଚାଲିଥିଲା । ଦୌଡ଼ ଆରମ୍ଭ ହେବାର ୨୦ରୁ ୩୧ କିମି ଉଚ୍ଚତା ମଧ୍ୟରେ ହଠାତ୍ ପାଗ ପରିବର୍ତ୍ତନ ହୋଇଯାଇଥିଲା । ଅଚାନକ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଧାବକମାନେ କଠୋର ପରିସ୍ଥିତିକୁ ସାମନା କରିନପାରି ମୃତ୍ୟୁବରଣ କରିଥିବା କୁହାଯଇଛି । ତେବେ ଏହି ଖବର ପାଇବା ପରେ ଇଭେଣ୍ଟ ଆୟୋଜକମାନେ ଉଦ୍ଧାରକାରୀ ଦଳଙ୍କୁ ଘଟଣାସ୍ଥଳକୁ ପଠାଇ ୧୭୨ ପ୍ରତିଯୋଗୀଙ୍କ ମଧ୍ୟରୁ ୧୮ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.