fbpx

୨୨ ଜଣ BJP ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ହାଇକୋର୍ଟରୁ ଜାମିନ୍: ଧର୍ମେନ୍ଦ୍ର କହିଲେ ‘ଧର୍ମର ଜୟ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଫେବୃଆରୀ ମାସ ୨୮ ତାରିଖରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବଡ଼ ଧରଣର ପ୍ରତିବାଦ କରାଯାଇଥିଲା । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଏହି ଆନ୍ଦୋଳନ କରାଯାଇଥିବା ବେଳେ ସେ ସମୟରେ ବହୁ କର୍ମକର୍ତ୍ତାଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଦୀର୍ଘ ୫୦ ଦିନ ପରେ ଜେଲରେ ଥିବା ବିଜେପି କର୍ମକର୍ତ୍ତାଙ୍କୁ ଆଜି ଜାମିନ୍ ମିଳିଛି ।

ସୂଚନା ମୁତାବକ, ୨୨ ଜଣ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ୨୧ ଜଣ ପୋଲିସ କର୍ମଚାରୀ ଆହତ ନେଇ ଏହି ନେତାମାନଙ୍କ ବିରୋଧରେ ଅଭିଯୋଗ ରହିଥିଲା । ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଜଣ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଥିଲା । ଆଜି ହାଇକୋର୍ଟଙ୍କୁ ୨୨ ଜଣଙ୍କୁ ଜାମିନ୍ ମିଳିଛି । ଏନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଗତ ଫେବୃଆରୀ ୨୮ ତାରିଖରେ ପୋଲିସ ଓ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଭୟଙ୍କର ଭାବେ ଧସ୍ତାଧସ୍ତି ହୋଇଥିଲେ । ଫଳରେ ଉଭୟ ପକ୍ଷରୁ ଅନେକ ଆହତ ହୋଇଥିଲେ । ଏହି ଘଟଣାରେ ବହୁ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଥିଲା । ତେବେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦୀର୍ଘ ସମୟ ପରେ ଜାମିନ୍ ମିଳିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି । ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କୁ ଅପରାଧୀ ଭାବେ ବ୍ୟବହାର କରାଯିବା ଗଣତନ୍ତ୍ର ପାଇଁ ଗ୍ରହଣୀୟ ନୁହେଁ । ‘ସତ୍ୟମେୟ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି ।

Get real time updates directly on you device, subscribe now.