fbpx

୨୨ ଘଣ୍ଟାରେ ଠାବ ହେଲା ୨୨ କୋଟି: ଅତିରିକ୍ତ SP ତ୍ରିନାଥ ମିଶ୍ର ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ସରିଲା ଭିଜିଲାନ୍ସ ରେଡ୍ । ଗତ ୨୨ ଘଣ୍ଟା ଧରି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ୨୨ ଘଣ୍ଟାର ଚଢ଼ାଉରେ ୨୨ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । କୁବେର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ କଟକ ନେଇଛି ଭିଜିଲାନ୍ସ । ରସୁଲଗଡ଼ ମନୋରମା ଇଷ୍ଟେଟରୁ କଟକ ନେଇଛି ଭିଜିଲାନ୍ସ ।

ଗତକାଲି ବିଳମ୍ବିତ ରାତି ୩ଟା ଯାଏ ଚାଲିଥିଲା ଭିଜିଲାନ୍ସ ରେଡ୍ । କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା ଜାରି ରହିଛି । ଗତକାଲି ତ୍ରିନାଥଙ୍କ ଘର ସମେତ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ତେବେ ଚଣ୍ଡିଖୋଲରେ ଶାନ୍ତିଲତା କେୟାର ହସ୍ପିଟାଲ, ଔଷଧ ବ୍ୟବସାୟ ରହିଛଇ ଓ ଉଭୟ ହସ୍ପିଟାଲ-ଔଷଧ କାରବାର ତ୍ରିନାଥଙ୍କ ପତ୍ନୀଙ୍କ ନାଁରେ ରହିଛି । ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତିର ମୂଲ୍ୟାୟନ ଚାଲୁ ରହିଛି । ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଟ୍ରାନ୍ସପୋର୍ଟ ବ୍ୟବସାୟ ଯାହାର ନାମ ଶାନ୍ତିଲତା ଟ୍ରାନ୍ସପୋର୍ଟ ମଧ୍ୟ ରହିଛି । କଟକ ମହାନଦୀ ବିହାରରେ ଦୁଇ ପୁଅଙ୍କ ନାଁରେ ଔଷଧ ଉଦ୍ୟୋଗ । ଏସବୁ ବ୍ୟବସାୟ ବ୍ୟତୀତ ତ୍ରିନାଥଙ୍କର ଅମାପ ସମ୍ପତ୍ତି ଠାବ ହେବାରେ ଲାଗିଛି । ତ୍ରିନାଥଙ୍କର ଅନେକ ଜିଲ୍ଲାରେ ଫ୍ଲାଟ୍, ଇଷ୍ଟେଟ୍ ଆଦି ରହିଛି । ଭୁବନେଶ୍ୱର ରସୁଲଗଡ଼ ମନୋରମା ଇଷ୍ଟେଟ୍ ରେ ୩ବିଏଚକେ ଫ୍ଲାଟ୍, ଯାଜପୁର ଜିଲ୍ଲା ବଡ଼ଚଣାରେ ଫର୍ମା ହାଉସ୍ ରହିଛି । ଭୁବନେଶ୍ୱର ଓ ଯାଜପୁରରେ ଥିବା ୩ଟି ପ୍ଲଟ୍ , ନଗଦ ୩.୫ ଲକ୍ଷ ଟଙ୍କା ଠାବ ହୋଇଛି । ଏହା ବ୍ୟତୀତ ତାଙ୍କର ଅନେକ ଦାମୀ ଗାଡ଼ି ଓ ବାଇକ୍ ରହିଛି । ତ୍ରିନାଥଙ୍କର ଏକ କାର୍ ର ଦାମ୍ ଏକ କୋଟି ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.