fbpx

ଉତ୍ତରକାଶୀରେ ଫସିଲା ୨୨ ଜଣିଆ ଟ୍ରାକର୍ସ ଟିମ୍: ୯ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଉତ୍ତରକାଶୀରେ ପୁଣି ଏକ ବଡ଼ ଅଘଟଣ ଘଟିଯାଇଛି । ୨୨ ଜଣିଆ ଟ୍ରାକର୍ସଙ୍କର ଏକ ଟିମ୍ ଏଠାରେ ପସି ରହିଥିବା ଜାଣିବାକୁ ମିଳିଛି । ଏମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ପ୍ରବଳ ଥଣ୍ଡା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହାବ୍ୟତୀତ ଅନେକ ଲୋକ ନିଖୋଜ ଥିବା ମଧ୍ୟ ଜଣାଯାଇଛି । ତେବେ ସ୍ତାନୀୟ ପୋଲିସ, ଏନଡିଆରଏଫ ସମେତ ପ୍ରଶାସନିକ ଅଧିକାରୀ ଏହି ଉଦ୍ଧାରକାର୍ଯ୍ୟରେ ସାମିଲ ରହିଛନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିକଟସ୍ଥ ହେଲିପ୍ୟାଡକୁ ଆକ୍ଟିଭ କରାଯାଇଛି ।

ସୂଚନା ଅନୁସାରେ, ଉତ୍ତରକାଶୀର ସହସ୍ରତାଳ ଟ୍ରାକରେ ୨୨ ଜଣିଆ ଟ୍ରାକିଙ୍ଗ ଟିମ୍ ଯାଇଥିବା ବେଳେ ଏଠାରେ ପସି ଯାଇଛନ୍ତି । ଟ୍ରାକର୍ସମାନଙ୍କୁ ରକ୍ଷା କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏନଡିଆରଏଫ ଟିମ୍ ୬ ଜଣ ଟ୍ରାକରଙ୍କୁ ସୁରକ୍ଷିତ ଭାବରେ ହେଲିକପ୍ଟରରେ ଉଦ୍ଧାର କରି ନଟିନ ଗ୍ରାମକୁ ଆଣିଛି । ତବେ ୪ ଜଣଙ୍କର ଭୀଷଣ ଥଣ୍ଡାଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.