fbpx

ତ୍ରିପୁରାରେ ପ୍ରବଳ ବର୍ଷା ନେଲା ୨୨ଜଣଙ୍କ ଜୀବନ, ୨ ନିଖୋଜ, ୧୭ ଲକ୍ଷ ଲୋକେ ପ୍ରଭାବିତ

ନୂଆଦିଲ୍ଲୀ: ତ୍ରିପୁରାରେ କିଛି ଦିନ ପ୍ରବଳ ବର୍ଷା ଯୋଗୁଁ ୨୨ଜଣ ଲୋକଙ୍କ ମୃତ୍ୟୁ ଘଟିଛି, ଏଥିସହ ଦୁଇଜଣ ନିଖୋଜ ଅଛନ୍ତି। ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ ୬୫ହଜାର ୪୦୦ ଲୋକେ ୪୫୦ ରିଲିଫ ସିବିରରେ ଆଶ୍ରୟ ନେଇଛନ୍ତି, କାରଣ ପ୍ରବଳ ବର୍ଷାରେ ସେମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି।

ମୁଖ୍ୟମନ୍ତ୍ରୀ ମାଣିକ ସାହା ସୋସିଆଲ ମିଡିଆ ଫେସବୁକର ଏକ ପୋଷ୍ଟରେ ଲେଖିଛନ୍ତି ଯେ, ସାନ୍ତିରବଜାରରେ ଅଶ୍ୱିନୀ ତ୍ରିପୁରା ପାରା ଏବଂ ଦେବୀପୁରରେ ଭୂସ୍ଖଳନରେ ଦଶଜଣ ମାଟିରେ ଦବିଯାଇଥିଲେ। ସେ କହିଛନ୍ତି ଯେ, ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଏହା ଏକ ଅପୂରଣୀୟ କ୍ଷତି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ଚାରି ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ଏହା ପୂର୍ବରୁ ରାଜସ୍ୱ ବିଭାଗର ସଚିବ ବୃଜେଶ ପାଣ୍ଡେୟ କହିଛନ୍ତି ଯେ, ରାଜ୍ୟରେ ପ୍ରବଳ ବର୍ଷା ପରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧୨ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି ଏବଂ ଦୁଇ ଜଣ ନିଖୋଜ ଅଛନ୍ତି। ଏଥିସହ ଅନେକ ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଯାଇଛି।

Get real time updates directly on you device, subscribe now.