fbpx

ଜଳବାୟୁ ପରିବର୍ତ୍ତନ ପାଇଁ କୋଭିଡ୍-୧୯, ମଙ୍କିପକ୍ସ, ଶ୍ୱାସ, ଆଲର୍ଜି ପରି ୨୨୩ ପ୍ରକାର ରୋଗ ବୃଦ୍ଧି ପାଉଛି, ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱରେ କୋଭିଡ-୧୯ ମହାମାରୀ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ମଙ୍କିପକ୍ସକୁ ନେଇ ମଧ୍ୟ ଆଶଙ୍କା ଜାରି ରହିଛି । ତେବେ ଏଭଳି ବହୁ ରୋଗ ବ୍ୟାପିବା ପଛରେ ଜଳବାୟୁ ପରିବର୍ତ୍ତନର ସମ୍ପର୍କ ରହିଛି । ୫୮ ପ୍ରତିଶତ ସଂକ୍ରାମକ ରୋଗ ଚରମ ଜଳବାୟୁ ଯୋଗୁଁ ଅଧିକ ମାରାତ୍ମକ ହେଉଛି । ଏନେଇ ଏକ ଏକ ବୈଜ୍ଞାନିକମାନେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି ।

ଜଳବାୟୁ ପରିବର୍ତ୍ତନ କାରଣରୁ ୟୁରୋପର କିଛି ଦେଶରେ ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାରଣ ପାଇଁ ଆମେରିକାରେ ଶହ ଶହ ଏକର ଜଙ୍ଗଲ ପୋଡ଼ିଯିବା ସହ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଜଳବାୟୁ ପରିବର୍ତ୍ତନ ରୋଗ ବୃଦ୍ଧିରେ ସହାୟକ ହେଉଛି । ଜଳବାୟୁ ଯେତିକି ମାତ୍ରାରେ ବଦଳିବ, ରୋଗଗୁଡ଼ିକର ବିପଦ ମଧ୍ୟ ସେହି ଅନୁପାତରେ ବଦଳିବ ବୋଲି ରିପୋର୍ଟରେ କୁହାଯାଇଛି ।

ବୈଜ୍ଞାନିକମାନେ ସଂକ୍ରାମକ ରୋଗ ଛଡ଼ା ଶ୍ୱାସରୋଗ, ଆଲର୍ଜି ପରି ଅନେକ ରୋଗ ଉପରେ ଅନୁଧ୍ୟାନ କରିଥିଲେ । ଏପରିକି ମଶା କାମୁଡ଼ା, କୁକୁର କାମୁଡ଼ା ଜନିତ ରୋଗକୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା । ଗବେଷକମାନେ ୨୮୬ ପ୍ରକାର ମାନବୀୟ ଅସୁସ୍ଥତା ଉପରେ ଅନୁଧ୍ୟାନ କରିଥିବା ବେଳେ ସେଥିରୁ ୨୨୩ ପ୍ରକାର ରୋଗ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ରହିଥିବା ଜଣାପଡ଼ିଥିଲା । ଅଙ୍ଗାରକାମ୍ଲ, କ୍ଲୋରୋଫ୍ଲୋରୋକାର୍ବନ, ମିଥେନ୍ ପରି ସବୁଜ ବାଷ୍ପର ନିର୍ଗମନ ବୃଦ୍ଧି ପାଇବା କାରଣରୁ ବାୟୁମଣ୍ଡଳର ତାପମାତ୍ରା ବଢ଼ିବାରେ ଲାଗିଛି । ଏହାର ଭୟଙ୍କର ପରିସ୍ଥିତି ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.