fbpx

ଭାରତର ଏହି ରାଜ୍ୟରେ ଏଣ୍ଟ୍ରି ମାରିଲା ଲମ୍ପି ଭାଇରସ୍: ୨ ପଶୁ ହେଲେ ସଂକ୍ରମିତ

ଭୋପାଳ: ଅନେକ ରାଜ୍ୟରେ ହଜାର ହଜାର ପଶୁଙ୍କ ମୃତ୍ୟୁର କାରଣ ସାଜିଥିବା ‘ଲମ୍ପି’ ଭାଇରସ୍ ଏବେ ମଧ୍ୟପ୍ରଦେଶରେ ମଧ୍ୟ ଏଣ୍ଟ୍ରି କରିଛି । ରତଲାମ ଜିଲ୍ଲାର ଦୁଇଟି ପଶୁ ଲମ୍ପି ଭାଇରସରେ ଚିହ୍ନଟ ହୋଇଥିବା ଜଣାପଡିଛି ।

ତେବେ ରତଲାମର ୧୧ଟି ଗାଁର ୭୩ ପଶୁଙ୍କଠାରେ ଲମ୍ପି ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି । ଲମ୍ପି ଭାଇରସକୁ ରୋକିବା ପାଇଁ ଭୋପାଳ ରାଜ୍ୟ ପ୍ରାଣୀ ରୋଗ ଅନୁସନ୍ଧାନ ଲାବୋରେଟୋରୀରେ ଏକ କଣ୍ଟ୍ରୋଲ ରୁମ୍ କରାଯାଇଛି । ସେହିପରି ଜିଲ୍ଲାର ୧୨ ହଜାର ପଶୁଙ୍କୁ ଟିକା ମଧ୍ୟ ଲଗାଯାଇଛି ।

ତେବେ ରାଜସ୍ଥାନ ଏବଂ ଗୁଜୁରାଟରେ ଲମ୍ପି ଭାଇରସ ସଂକ୍ରମଣ ହେତୁ ହଜାର ହଜାର ପ୍ରାଣୀଙ୍କର ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶର ମଦସୌର କେତେକ ପ୍ରାଣୀଙ୍କଠରେ ଲମ୍ପି ଭାଇରସର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ସୀତାମାଉ ଅଞ୍ଚଳରେ ଅବସ୍ଥିତ ଏକ ଗୌଶାଳ କେତେକ ପ୍ରାଣୀଙ୍କ ଠାରେ ଲମ୍ପି ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି । ଯାହା ପରେ ସେହିି ପଶୁମାନଙ୍କୁ ଅନ୍ୟ ପଶୁମାନଙ୍କଠାରୁ ଅଲଗା ରଖାଯାଇଛି । ଏଥିସହିତ ପ୍ରଶାସନ ଲମ୍ପି ଭାଇରସକୁ ନେଇ ଏକ ଆଡଭାଇଜରି ଜାରି କରିଛି । ମାଲିକମାନଙ୍କୁ ସେମାନଙ୍କର ପଶୁମାନଙ୍କର ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.