କୈଥଲ: ଗାଡ଼ି ଚାଳନା ଓ ସଡ଼କ ସୁରକ୍ଷାକୁ ସରକାରୀ ସ୍ତରରେ ବହୁ କଡ଼ା ନିୟମ ପାଳନ କରାଯାଉଛି । ଗାଡ଼ି କାଗଜପତ୍ରଠାରୁ ଆରମ୍ଭ କରି ହେଲମେଟ୍ ଏବଂ ଗାଡ଼ିରେ କୌଣସି ଅପମାନଜନକ ଷ୍ଟିକର ବ୍ୟବହାର ଇତ୍ୟାଦି । ହରିୟାଣାରେ ଗାଡ଼ି ଚାଲାଣ କଟାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଜିପ୍ ମାଲିକଙ୍କୁ ୨୩ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଛି । ଗାଡ଼ିକୁ ଇମପାଉଣ୍ଟ ମଧ୍ୟ କରାଯାଇଛି । ଟ୍ରାଫିକ୍ ନିୟମର ଉଲଂଘନ କରି ଜିପର ଢାଞ୍ଚାକୁ ବଦଳେଇ ୨୩ ଇଞ୍ଚ ମୋଟାର ଟାୟାର ଲଗାଯାଇଥିବା କାରଣରୁ ଟ୍ରାଫିକ ପୋଲିସ କାରର ଚାଲାଣ କାଟିଛନ୍ତି । ଏଥିସହ ଜିପରେ ଜାତିସୂଚକ ଶବ୍ଦର ବ୍ୟବହାର କରାଯିବା ସହ ଆବଶ୍ୟକ କାଗତପତ୍ର ଜିପ ମାଲିକଙ୍କ ପାଖରେ ନ ଥିଲା, ଯେଉଁଥି ପାଇଁ ତାଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିଛି । ତେବେ ଗାଡ଼ିରେ ଲାଗିଥିବା ୨୩ ଇଞ୍ଚିଆ ଚକା ଓ ପରିବର୍ତ୍ତିତ ଗାଡ଼ିର ଢାଞ୍ଚା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିଲା । ସଡକୁ ସୁରକ୍ଷାକୁ ନେଇ ହରିୟାଣା ଆରଟିଓ କର୍ତ୍ତୃପକ୍ଷ ଏବେ ସତର୍କ ହୋଇଛନ୍ତି । ୧୧ ମାସରେ ୧୧ ଲକ୍ଷ ଚାଲାଣ ବିଭାଗ ପକ୍ଷରୁ କଟାଯାଇଛି । ଚଳିତବର୍ଷ ଶେଷ ସୁଦ୍ଧା ଲୋକଙ୍କଠାରୁ ୧୩ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି ।