ସରକାରଙ୍କ ଆକ୍ସନକୁ ଲୋକଙ୍କ ଡର ! ୨୩,୧୩୮ ଅଯୋଗ୍ୟ ହିତାଧିକାରୀ ଫେରାଇସାରିଲେଣି ରାସନକାର୍ଡ

ଭୁବନେଶ୍ୱର : ଏଣିକି ସାବାଡ଼ ‌ହେବେ ଅଯୋଗ୍ୟ ହିତାଧିକାରୀ। ଓସରକାର ବଦଳିବା ପରେ ବିଭାଗରେ ସ୍ବଚ୍ଛତା ଆଣିବାକୁ ଅଣ୍ଟା ଭିଡିଛି ରାଜ୍ୟ ଯୋଗାଣ ବିଭାଗ। ମନ୍ତ୍ରୀଙ୍କ ତାଗିଦ୍‌ ପରେ ସାରା ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ଯୋଗାଣ ବିଭାଗ ଜୋରଦାର କରିଛି।

ଏହାରି ମଧ୍ୟରେ ୨୩,୧୩୮ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ଫେରାଇଲେଣି । ଏନେଇ ଗୃହରେ ଉତ୍ତର ରଖି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ତେବେ ରାସନ କାର୍ଡ ଫେରାଇଥିବା ୨୩୧୩୮ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ୮୭୮୪୪ ପରିବାର । ମନ୍ତ୍ରୀ ଆହୁରି କହିଛନ୍ତି, ୪ ଲକ୍ଷ ୮ ହଜାର ୧୦୭ ଭୂତ ରାସନ କାର୍ଡକୁ ବାଦ ଦିଆଯାଇଛି । ଏବେ ୯୭, ୫୫, ୪୪୨ ରାସନ କାର୍ଡ ଚାଲୁ ରହିଛି । ସେଥିରେ ୩, ୩୦, ୨୮, ୮୮୦ ହିତାଧିକାରୀ ଅଛନ୍ତି ।